ନୂଆଦିଲ୍ଲୀ: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍ ଦାୟିତ୍ୱ ଗ୍ରହଣ କରିବା ପରେ ପ୍ରଥମ ଥର ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ଅସ୍ଥିମଜ୍ଜା ପ୍ରତିରୋପଣ ଅପେକ୍ଷାରେ ଥିବା ରୋଗୀଙ୍କୁ ୫ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ଦେବାକୁ ମୁଖ୍ୟମନ୍ତ୍ରୀ ଏକ ପ୍ରସ୍ତାବରେ ସ୍ୱାକ୍ଷର କରିଛନ୍ତି।
ପୁଣେ ବାସିନ୍ଦା ଚନ୍ଦ୍ରକାନ୍ତ କୁର୍ହାଡେଙ୍କ ଚିକିତ୍ସା ପାଇଁ ଏହି ସହାୟତା ପ୍ରଦାନ କରାଯାଇଥିଲା। ଚନ୍ଦ୍ରକାନ୍ତଙ୍କ ପତ୍ନୀ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ ସହାୟତା ପାଇଁ ନିବେଦନ କରିଥିଲେ, ଯାହାକୁ ମୁଖ୍ୟମନ୍ତ୍ରୀ ତୁରନ୍ତ ଗ୍ରହଣ କରିଥିଲେ। ପ୍ରଥମ କ୍ୟାବିନେଟ୍ ବୈଠକରେ ଅଧ୍ୟକ୍ଷତା କରିବା ପୂର୍ବରୁ ଦେବେନ୍ଦ୍ର ଫଡନାଭିସ ଏହି ଫାଇଲରେ ସ୍ୱାକ୍ଷର କରିଥିଲେ। ସେହିପରି ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ ରାଜ୍ୟ କ୍ୟାବିନେଟ ବୈଠକରେ ପ୍ରଶାସନକୁ ଅଧିକ ଦ୍ରୁତ ଓ ଉତ୍ସାହର ସହ କାମ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଲୋକଙ୍କ ଆଶା ପୂରଣ କରିବା ପାଇଁ ଏବେ ଆମକୁ ଦ୍ରୁତ ଗତିରେ କାମ କରିବାକୁ ପଡ଼ିବ ବୋଲି ସେ ଅଧିକାରୀମାନଙ୍କୁ କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ, ରାଜ୍ୟ ସରକାର ନିଜ ନିଷ୍ପତ୍ତିରେ ଗଭୀର ଭାବରେ ଯିବାର ଆବଶ୍ୟକତା ରହିଛି। ଏଥିସହିତ ନିରନ୍ତର ବିକାଶ ଦିଗରେ ଯେପରି ଭଲ ଓ ପ୍ରଭାବଶାଳୀ ନିଷ୍ପତ୍ତି ନିଆଯିବ ତାହା ସୁନିଶ୍ଚିତ କରିବାକୁ ପଡ଼ିବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-08-23t123957970z-tpnc.jpg)
/sambad/media/media_files/2024/12/05/rW3lN5mbFVuzrSnpXt2Q.jpeg)