ପ୍ରଥମ କରୋନା ଚିହ୍ନଟ ବଖାଣିଲେ ନିଜ ଅନୁଭବ; କହିଲେ ମା’ର ଭଲ ପାଇବା ଓ ବିରିୟାନି ପାଇଁ କରୋନା କବଳରୁ ସୁରକ୍ଷିତ ଭାବେ ମୁକୁଳି ଆସିଛି

ନୂଆଦିଲ୍ଲୀ: କେରଳର ତ୍ରିଶୁରରେ ବାସବାସ କରୁଥିବା ଦିବ୍ୟା (ଛଦ୍ମନାମ)ଭାରତର ପ୍ରଥମ କରୋନାଭାଇରସ୍‌ ରୋଗୀ ଭାବେ ଚିହ୍ନଟ ହୋଇଥିଲେ। ଏବେ ସେ ସମ୍ପୂର୍ଣ୍ଣ ଭାବେ ସୁସ୍ଥ ହୋଇ ସାଧାରଣ ଜୀବନଯାପନ କରୁଥିବା ଜଣାପଡ଼ିଛି।

ଦିବ୍ୟା କରୋନାଭାଇରସ୍‌ର ଏନ୍ତୁଡିଶାଳ କୁହାଯାଉଥିବା ଚୀନର ଉହାନ୍‌ରେ ରହି ଡାକ୍ତରୀ ପାଠପଢ଼ୁ ଥିଲେ। ସେଠାରେ କରୋନାଭାଇରସ୍‌ ବ୍ୟାପିବା ପରେ ସେ ନିକଟରେ ଚୀନରୁ କେରଳକୁ ଚାଲି ଆସିଥିଲେ। କେରଳ ଫେରିବା ପରେ ତାଙ୍କ ସ୍ୱାସ୍ଥ୍ୟ ଖରାପ ହୋଇଯାଇଥିଲା। ଚିକିତ୍ସା ପାଇଁ ହସ୍ପିଟାଲ ଯିବା ପରେ ତାଙ୍କ ଶରୀରରେ କରୋନା ଭାଇରସ୍‌ ଥିବା ଚିହ୍ନଟ ହୋଇଥିଲା। ଏହାପରେ ତାଙ୍କୁ ସଙ୍ଗେସଙ୍ଗେ ଆଇସୋଲେସନ୍‌ ଓ୍ଵାର୍ଡରେ ଚିକିତ୍ସା ପାଇଁ ଭର୍ତ୍ତି କରି ଦିଆ ଯାଇଥିଲା।

Image result for first-patient-of-coronavirus-in-india
The Financial Express

କରୋନାଭାଇରସ୍‌ ଚିହ୍ନଟ ହେବା ପରେ କିପରି ଥିଲା ଦିବ୍ୟାଙ୍କ ଅନୁଭୂତି ଓ ସେ କିପରି ଏଥିରୁ ମୁକୁଳି ପାରିଛନ୍ତି ତାହାକୁ ବଖାଣି କହନ୍ତି, ମୋର ପଜିଟିଭ୍‌ ରିପୋର୍ଟ ଆସିବା ପରେ ଭୟଭୀତ ହୋଇ ଯାଇଥିଲି। ମୁଁ ଯଦି କରୋନାଭାଇରସ୍‌ରେ ସଂକ୍ରମିତ ହୋଇଛି ତେବେ ଏହା ତ ମୋର ପରିବାରକୁ ବି ବ୍ୟାପିଯିବ ଭାବି ଭୋଭୋ ହୋଇ କାନ୍ଦି ଉଠିଥିଲି। କାରଣ ମୁଁ ଯାହା ଯାହାଙ୍କ ସଂସ୍ପର୍ଶରେ ଆସିଥିଲି ସମସ୍ତ ରିପୋର୍ଟ ପଜିଟିଭ ବାହାରିଥିଲା। ମା’ ମୋର ଏଭଳି ଅବସ୍ଥା ଦେଖି ଜୋରଜୋରରେ କାନ୍ଦିବାକୁ ଲାଗିଥିଲେ। ପରେ ମନକୁ ବୁଝାଇ ଭଗବାନଙ୍କୁ ପ୍ରାର୍ଥନା କରିଥିଲି। ଆଇସୋଲେସନ୍‌ ଓ୍ଵାର୍ଡରେ ରହି ପରିବାରବର୍ଗ ଓ ସାଙ୍ଗମାନଙ୍କ ସହ ଫୋନ୍‌ରେ କଥା ହେଉଥିଲି। ସମୟ ପାଇଲେ କରୋନା ସହିତ ଜଡ଼ିତ ମେଡିକାଲ ପୁସ୍ତକ ବି ପଢ଼ୁଥିଲୁ। ଚିକିତ୍ସା ଚାଲିଥିବା ସମୟରେ ମୁଁ କିନ୍ତୁ ପ୍ରଚୁର ପରିମାଣର ବିରିୟାନି ଖାଇଥିଲି। ପରିବାରବର୍ଗ ଓ ମା’ଙ୍କ ଭଲ ପାଇବା ମୋତେ ଆଜି କରୋନାରୁ ମୁକ୍ତି ଦେଇଛି ବୋଲି ଦିବ୍ୟା କହନ୍ତି।

Image result for first-patient-of-coronavirus-in-india
The Economic Times

ସୁସ୍ଥ ହେବାପରେ ବି ଦିବ୍ୟା ସଚେତନ ରହିଛନ୍ତି। ପରିସ୍କାର ରହିବା ସହିତ ମାସ୍କ ଓ ସାନିଟାଇଜର ଆଦିକୁ ନିୟମିତ ବ୍ୟବହାର କରୁଛନ୍ତି। ଜନଗହଳି ପୂର୍ଣ୍ଣ ସ୍ଥାନକୁ ଯାଉ ନଥିବା ଦିବ୍ୟାଙ୍କ ପରିବାରବର୍ଗ କହିଛନ୍ତି।

ସମ୍ବନ୍ଧିତ ଖବର