ପ୍ରଥମ ପର୍ଯ୍ୟାୟରେ ୬୦% ମତଦାନ, ଗତଥର ଠାରୁ ୧୦% କମ  

ନୂଆଦିଲ୍ଲୀ: ପ୍ରଥମ ପର୍ଯ୍ୟାୟରେ ଦେଶର ୨୧ଟି ରାଜ୍ୟର ୧୦୨ଟି ଆସନରେ ପ୍ରାୟ ୬୦ ପ୍ରତିଶତ ମତଦାନ ହୋଇଛି। ପୂର୍ବ ନିର୍ବାଚନ ତୁଳନାରେ ଚଳିତ ନିର୍ବାଚନରେ ମତଦାନ ହାର କମ୍ ରହିଛି। ଗତ ନିର୍ବାଚନରେ ପ୍ରାୟ ୭୦ ପ୍ରତିଶତ ମତଦାନ ହୋଇଥିଲା। ଆଜି ଭୋଟଗ୍ରହଣ ହୋଇଥିବା କୌଣସି ରାଜ୍ୟରେ ମତଦାନ ହାର ୮୦ ପ୍ରତିଶତରେ ପହଞ୍ଚିନାହିଁ। ତ୍ରିପୁରାରେ ସର୍ବାଧିକ ୭୯.୯ ପ୍ରତିଶତ ମତଦାନ ହୋଇଛି। ପଶ୍ଚିମବଙ୍ଗରେ ପାଖାପାଖି ୭୮ ପ୍ରତିଶତ ମତଦାନ ହୋଇଛି। ସେହିପରି ସମଗ୍ର ଦେଶରେ ସର୍ବନିମ୍ନ ମତଦାନ ବିହାରରେ ଦେଖିବାକୁ ମିଳିଛି। ବିହାରରେ ମାତ୍ର ୪୭.୫୦ ପ୍ରତିଶତ ମତଦାନ ହୋଇଛି। ଏଭଳି ସ୍ଥିତିରେ ପ୍ରଶ୍ନ ଉଠୁଛି ଭୋଟରମାନେ କାହିଁକି ମତଦାନ କେନ୍ଦ୍ରରେ ପହଞ୍ଚିଲେ ନାହିଁ? ଭୋଟପ୍ରତିଶତ କମିବା ଦ୍ବାରା ବିଜେପି କ୍ଷତିରେ ରହିବ କି ?

ଜାତୀୟ ରାଜନୀତିରେ ମୋଦୀ ଯୁଗର ଆବିର୍ଭାବ ପରେ ଭୋଟ ପ୍ରତିଶତ କ୍ରମାଗତ ଭାବେ ବୃଦ୍ଧି ପାଇଚାଲିଥିଲା । ୨୦୧୪ ଓ ୨୦୧୯ରେ ଭୋଟ୍ ପ୍ରତିଶତ ଭଲ ରହିଥିଲା। କିନ୍ତୁ ଏଥର ଭୋଟ ପ୍ରତିଶତ ହ୍ରାସ ପାଇଛି । ଚଳିତ ନିର୍ବାଚନରେ ବିଜେପି ନିଜ ପାଇଁ ମିଶନ ୩୭୦ର ଟାର୍ଗେଟ ରଖିଛି । ଦଳ ସହଜରେ ଏହି ଲକ୍ଷ୍ୟରେ ପହଞ୍ଚିବ ବୋଲି ବିଜେପି ପକ୍ଷରୁ ବାରମ୍ବାର ଦାବି ହେଉଛି। କିନ୍ତୁ ଭୋଟିଂ କମିବା ବିଜେପିର ଲକ୍ଷ୍ୟ ହାସଲରେ ବାଧକ ହୋଇପାରେ ।

ସମ୍ବନ୍ଧିତ ଖବର