ଉତ୍ତରପ୍ରଦେଶରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଶେଷ, ସଂଧ୍ୟା ୬ଟା ସୁଦ୍ଧା ୬୦% ମତଦାନ

ଲକ୍ଷ୍ନୌ : ଦେଶର ସବୁଠାରୁ ବଡ଼ ରାଜ୍ୟ ତଥା ରାଜନୈତିକ ଦୃଷ୍ଟିକୋଣରୁ ମହତ୍ତ୍ବପୂର୍ଣ୍ଣ ଉତ୍ତରପ୍ରଦେଶରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ କାଁ ଭାଁ ହିଂସାକାଣ୍ଡ ସହ ଶେଷ ହୋଇଛି । ସଂଧ୍ୟା ୬ଟା ସୁଦ୍ଧା ପ୍ରାୟ ୬୦ ପ୍ରତିଶତ ମତଦାନ ହୋଇଥିବା ନିର୍ବାଚନ ଆୟୋଗ ପକ୍ଷରୁ କୁହାଯାଇଛି ।

ଉତ୍ତରପ୍ରଦେଶର ୪୦୩ଟି ଆସନ ମଧ୍ୟରୁ ପ୍ରଥମ ପର୍ଯ୍ୟାୟରେ ୪୮ଟି ଆସନ ପାଇଁ ଭୋଟ ଗ୍ରହଣ ହୋଇଥିଲା । ଏସବୁ ଆସନଗୁଡ଼ିକ ମଧ୍ୟରେ ରହିଛି ମଥୁରା, ବୁଲନ୍ଦସହର, ମିରଟ,ଗାଜିଆବାଦ, ମୁଜାଫରନଗର, ହାପୁର, ସାମଲି, ବାଗପତ, ଆଲିଗଡ଼, ଆଗ୍ରା ଓ ଗୌତମ ବୁଦ୍ଧ ନଗର । ପ୍ରଥମ ପର୍ଯ୍ୟାୟ ଆସନଗୁଡ଼ିକ ପାଇଁ ପ୍ରାୟ ୬୨୩ ଜଣ ପ୍ରାର୍ଥୀ ପ୍ରତିଦ୍ବନ୍ଦିତା କରୁଛନ୍ତି । ଏହି ପର୍ଯ୍ୟାୟରେ ଥିବା ପ୍ରମୁଖ ପ୍ରାର୍ଥୀମାନେ ହେଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ପୁଅ ପଂକଜ ସିଂ, କଂଗ୍ରେସର ପଂଖୁଡ଼ି ପାଠକ, ଆଗ୍ରା ରୁରାଲର ବେବି ରାଣୀ ମୌର୍ଯ୍ୟ, କାଇରାନାରା ମ୍ରିଗାଙ୍କ ସିଂ ପ୍ରମୁଖ । ଏହି ପର୍ଯ୍ୟାୟରେ ପ୍ରାୟ ୨.୨୭ କୋଟି ମତଦାତାଙ୍କ ଅଛନ୍ତି ।

ସୂଚନାଯୋଗ୍ୟ ଯେ, ଉତ୍ତରପ୍ରଦେଶରେ ୭ଟି ପର୍ଯ୍ୟାୟରେ ଭୋଟ ଗ୍ରହଣ ହେବ ଓ ଫଳାଫଳ ୧୦ ମାର୍ଚ୍ଚରେ ପ୍ରକାଶ ପାଇବ ।

 

 

ସମ୍ବନ୍ଧିତ ଖବର