ନୂଆଦିଲ୍ଳୀ: ଭାରତର ପ୍ରଥମ କରୋନା ପ୍ରତିଷେଧକ ଟୀକା କୋଭାକ୍ସିନ୍ ବାହାର କରିଥିବା ଔଷଧ କମ୍ପାନି ଭାରତ ବାୟୋଟେକ୍ ଇଣ୍ଟରନେସ୍ନାଲ୍ ଲିମିଟେଡ(ବିବିଆଇଏଲ୍) ମଣିଷଙ୍କ ଉପରେ ଟୀକାର ପ୍ରଥମ ପରୀକ୍ଷଣ ଆରମ୍ଭ କରି ଦେଇଛି। ୩୭୫ ଜଣ ଲୋକଙ୍କ ଉପରେ ବିବିଆଇଏଲ୍ ଏହି ପ୍ରତିଷେଧକ ଟୀକାର ପରୀକ୍ଷଣ ଆରମ୍ଭ କରିଛି ବୋଲି ସୂଚନା ରହିଛି।
ମଣିଷ ଉପରେ କୋଭାକ୍ସିନ୍ର ପରୀକ୍ଷଣ ଜୁଲାଇ ୧୫ ତାରିଖରୁ ଆରମ୍ଭ ହୋଇ ଯାଇଛି ବୋଲି କମ୍ପାନି ପକ୍ଷରୁ କୁହାଯାଇଛି। ଇଣ୍ଡିଆନ୍ କାଉନ୍ସିଲ୍ ଅଫ୍ ମେଡିକାଲ୍ ରିସର୍ଚ(ଆଇସିଏମ୍ଆର) ଓ ନେସ୍ନାଲ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଭାଇରୋଲୋଜି ସହ ମିଶି ହାଇଦ୍ରାବାଦ୍ସ୍ଥିତ ଏହି କମ୍ପାନି ଭାରତର ପ୍ରଥମ କୋଭିଡ୍-୧୯ ଟୀକା ବାହାର କରିବାର ଉଦ୍ୟମ କରିଛି।
/sambad/media/post_attachments/wp-content/uploads/2020/07/vaccine-640x430-300x202.jpg)
Sambad English
ଦେଶର ବିଭିନ୍ନ ଆଡ଼େ ଥିବା ୧୨ଟି ହସ୍ପିଟାଲ୍ରେ ଏହି ପରୀକ୍ଷଣ କରାଯାଉଛି। ଏହି ହସ୍ପିଟାଲ୍ଗୁଡ଼କ ମଧ୍ୟରେ ରହିଛି ଦିଲ୍ଳୀ ଏମ୍ସ୍, ପାଟ୍ନା ଏମ୍ସ, ବିଶାଖାପାଟ୍ନମ୍ର କିଙ୍ଗ୍ ଜର୍ଜ ହସ୍ପିଟାଲ୍, ରୋହତକ୍ର ପିଜିଆଇଏମ୍ଏସ୍, ବେଲ୍ଗମ୍ର ଜୀବନ ରକ୍ଷା ହସ୍ପିଟାଲ୍, ନାଗପୁରର ଗିଲୁରକର ମଲ୍ଟିସ୍ପେସିଆଲିଟି ହସ୍ପିଟାଲ୍, ଗୋରଖପୁରର ରାଣା ହସ୍ପିଟାଲ୍, ଚେନ୍ନାଇର ଏସ୍ଆର୍ଏମ୍ ହସ୍ପିଟାଲ୍, ହାଇଦ୍ରାବାଦ୍ର ନିଜାମ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସ, ଭୁବନେଶ୍ବରର କଳିଙ୍ଗ ହସ୍ପିଟାଲ୍, କାନପୁରର ପ୍ରଖର ହସ୍ପିଟାଲ୍ ଓ ଗୋଆର ଏକ ହସ୍ପିଟାଲ୍।
ଏହି ହସ୍ପିଟାଲ୍ଗୁଡ଼ିକରେ କୋଭାକ୍ସିନ୍ର ମଣିଷ ଉପରେ ପରୀକ୍ଷଣ ପାଇଁ ପୂର୍ବରୁ ଆଇସିଏମ୍ଆର୍ ଲିଖିତ ଭାବେ ଜଣାଇଥିଲା। କୋଭିଡ୍-୧୯ ଟୀକା ପାଇଁ କାମ କରୁଥିବା ୭ଟି ଭାରତୀୟ ଔଷଧ କମ୍ପାନି ମଧ୍ୟରୁ ଭାରତ ବାୟୋଟେକ୍ ଅନ୍ୟତମ। ମଣିଷ ଉପରେ ଟୀକାର ପରୀକ୍ଷଣ କରିବାକୁ ମଞ୍ଜୁରି ପାଇବା ନେଇ ଭାରତ ବାୟୋଟେକ୍ ହେଉଛି ପ୍ରଥମ କମ୍ପାନି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/07/vaccine-1587660643.jpg)