ଆଜି ପ୍ରଥମ ପର୍ଯ୍ୟାୟ ଭୋଟ୍; ଆସାମ, ପଶ୍ଚିମବଂଗରେ ସୁରକ୍ଷା କଡ଼ାକଡ଼ି

ନୂଆଦିଲ୍ଲୀ : ଆଜି ପଶ୍ଚିମବଙ୍ଗ ଏବଂ ଆସାମରେ ପ୍ରଥମ ପର୍ଯ୍ୟାୟ ବିଧାନସଭା ନିର୍ବାଚନ। ପଶ୍ଚିମବଙ୍ଗରେ ପ୍ରଥମ ପର୍ଯ୍ୟାୟରେ ୩୦ ଆସନରେ ଭୋଟ୍‌ ଗ୍ରହଣ ହେବ। ଚଳିତ ନିର୍ବାଚନରେ ପଶ୍ଚିମବଙ୍ଗରେ ମୋଟ୍‌ ୭.୩୨ କୋଟି ଭୋଟର ୧,୦୧,୯୧୬ ନିର୍ବା‌ଚନୀ ବୁଥ୍‌ରେ ଭୋଟ୍‌ ଦେବେ। ତେବେ ଆସନ୍ତାକାଲି ପ୍ରଥମ ପର୍ଯ୍ୟାୟରେ ୭୩ ଲକ୍ଷରୁ ଅଧିକ ଭୋଟର ୧୯୧ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ। ନିର୍ବାଚନ ଥିବା ଜିଲ୍ଲାମାନଙ୍କରେ ୬୮୪ କମ୍ପାନି କେନ୍ଦ୍ରୀୟ ବାହିନୀ ମୁତୟନ ହୋଇଛନ୍ତି। ଟିଏମ୍‌ସି ଏବଂ ବିଜେପି ମଧ୍ୟରେ ଚଳିତ ନିର୍ବାଚନରେ କଡ଼ା ଟକ୍କର ଦେଖିବାକୁ ମିଳିଛି। ୨୦୧୬ ବିଧାନସଭା‌ ନିର୍ବାଚନରେ ଟିଏମ୍‌ସି ଏହି ୩୦ ଆସନରୁ ୨୭ଟିରେ ଜିତିଥିଲା । ମାର୍ଚ୍ଚ ୨୭ରୁ ଏପ୍ରିଲ ୨୯ ମଧ୍ୟରେ ୮ ଟି ପର୍ଯ୍ୟାୟରେ ପଶ୍ଚିମବଙ୍ଗରେ ନିର୍ବ‌ାଚନ ହେବ। ଅନ୍ୟପକ୍ଷେ ମେ’ ୨ ତାରିଖରେ ଫଳାଫଳ ଆସିବ।

ଆସାମରେ ଆସନ୍ତାକାଲି ପ୍ରଥମ ପର୍ଯ୍ୟାୟରେ ୧୨ ଜିଲ୍ଲାର ୪୭ ଆସନରେ ଭୋଟ୍‌ ଗ୍ରହଣ ହେବ। ସକାଳ ୭ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଭୋଟ୍‌ ଗ୍ରହଣ ଚାଲିବ। ପ୍ରଥମ ପର୍ଯ୍ୟାୟରେ ୮୧,୦୯,୮୧୫ ଭୋଟର ଭୋଟ୍‌ ‌ଦେବେ। ଏମାନଙ୍କ ମଧ୍ୟରୁ ୪୦,୭୭,୨୧୦ ଜଣ ପୁରୁଷ ଏବଂ ୪୦,୩୨,୪୮୧ ଜଣ ମହିଳା। ୧,୧୫୩୭ଟି ବୁଥ୍‌ରେ ଭୋଟ୍‌ ଗ୍ରହଣ ହେବ। ଆସାମରେ ବିଜେପି କ୍ଷମତାରେ ଅଛି। ୨୦୧୬ ଆସାମ ବିଧାନସଭା ନିର୍ବାଚନରେ ବିଜେପି ଏବଂ ଏହାର ସହଯୋଗୀ ଏଜିପି ୪୭ ଆସନରୁ ୩୫ଟିରେ ଜିତିଥିଲେ। ବିଜେପି ଏକାକୀ ୨୭ ଆସନରେ ଜିତିଥିଲା। ଚଳିତ ନିର୍ବାଚନରେ କଂଗ୍ରେସ ବିଜେପିକୁ ମାତ୍‌ ଦେବାପାଇଁ ଏଆଇୟୁଡିଏଫ୍‌ ସହ ମେଣ୍ଟ କରିଛି। ଉଲ୍ଲେଖଯୋଗ୍ୟ ୧୨୬ ଆସନ ବିଶିଷ୍ଟ ଆସାମ ବିଧାନସଭା ପାଇଁ ୩ ପର୍ଯ୍ୟାୟରେ ଭୋଟ୍‌ ଗ୍ରହଣ ହେଉଛି। ୨୭ରେ ପ୍ରଥମ ପର୍ଯ୍ୟାୟ ଭୋଟ୍‌ ଥିବାବେଳେ ଏପ୍ରିଲ୧ରେ ଦ୍ବିତୀୟ ଏବଂ ୬ରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ଅଛି।

ନିର୍ବାଚନୀ ବଣ୍ଡ୍‌ ବିକ୍ରି ଉପରେ ରୋକ୍‌ ଲଗାଇବାକୁ ମନାକଲେ ସୁପ୍ରିମକୋର୍ଟ
ନୂଆଦିଲ୍ଲୀ, ୨୬/୩ : ପାଞ୍ଚ ରାଜ୍ୟରେ ବିଧାନସଭା ନିର୍ବାଚନ ଥିବାବେଳେ ସୁପ୍ରିମକୋର୍ଟ ଆଜି ଇଲେକ୍ଟୋରାଲ୍‌ ବଣ୍ଡ୍‌ (ନିର୍ବାଚନୀ ବଣ୍ଡ୍‌) ବିକ୍ରି ଉପରେ ରୋକ୍‌ ଲଗାଇବାକୁ ମନା କରିଦେଇଛନ୍ତି। ପ୍ରଧାନ ବିଚାରପତି ଏସ୍‌ ଏ ବୋ‌ବଡେଙ୍କ ନେତୃତ୍ବାଧୀନ ଖଣ୍ଡପୀଠ କହିଛନ୍ତି, ୨୦୧୮ରେ ଏହି ଯୋଜନ‌ା ଆରମ୍ଭ ହୋଇଥିଲା ଏବଂ ୨୦୧୯, ୨୦୨୦ ପର୍ଯ୍ୟନ୍ତ ଏଥିରେ କୌଣସି ପ୍ରତିବନ୍ଧକ ନଥିଲା। ଏବେ ନିର୍ବାଚନୀ ବଣ୍ଡ୍ ବିକ୍ରି ଉପରେ ରୋକ୍‌ ଲଗାଇବାପାଇଁ ଖଣ୍ଡପୀଠ କୌଣସି ଯୁକ୍ତିଯୁକ୍ତ କାରଣ ପାଉନାହାନ୍ତି ବୋଲି ପ୍ରଧାନ ବିଚାରପତି ବୋବଡ଼େ କହିଛନ୍ତି। ଏକ ଏନ୍‌ଜିଓ ଦ୍ବାରା ହୋଇଥିବା ଆବେଦନର ଶୁଣାଣି କରି ଖଣ୍ଡପୀଠ ଏହା କହିଛନ୍ତି। ଏନ୍‌ଜିଓ ପକ୍ଷରୁ ଓକିଲ ପ୍ରଶାନ୍ତ ଭୂଷଣ ଆସନ୍ତା ଏପ୍ରିଲ ୧ରୁ ୧୦ ମଧ୍ୟରେ ନିର୍ବାଚନୀ ବଣ୍ଡ୍‌ ବିକ୍ରି ଉପରେ ରୋକ୍‌ ଲଗାଇବାପାଇଁ ଆବେଦନ କରିଥିଲେ। କୋର୍ଟ ଏହି ଆବେଦନର ଶୁଣାଣି କରି ନିର୍ବାଚନୀ ବଣ୍ଡ୍‌ ବିକ୍ରି ଉପରେ ରୋକ୍‌ ଲଗାଇବାକୁ ମନା କରିଦେଇଛନ୍ତି। ଅନ୍ୟପକ୍ଷେ ଏଟର୍ଣ୍ଣି ଜେନେରାଲ୍‌ କେକେ ବେଣୁଗୋପାଳ କହିଛନ୍ତି, ନିର୍ବାଚନ କମିସନ୍‌ଙ୍କ ଅନୁମତିକ୍ରମେ ନିର୍ବାଚନୀ ବଣ୍ଡ୍‌ ବିକ୍ରି ଘୋଷଣା କରାଯାଇଥିଲା।

ସମ୍ବନ୍ଧିତ ଖବର