ପ୍ରଥମ ଚିତ୍ର ପଠାଇଲା କାଟ୍ରୋସାଟ୍‌-୨

ଚେନ୍ନାଇ: କିଛିଦିନ ତଳେ ଭାରତର ମହାକାଶ ଏଜେନ୍ସି ଇସ୍ରୋ ତରଫରୁ ମହାକାଶକୁ ଛଡ଼ାଯାଇଥିବା ଦୂରସଂବେଦୀ ଉପଗ୍ରହ କାଟ୍ରୋସାଟ୍‌-୨ ସିରିଜ୍‌ ନିଜର ପ୍ରଥମ ଫଟୋ ପଠାଇଛି । ଫଟୋଟି ହେଉଛି ଇନ୍ଦୋରର ହୋଲକାର ଷ୍ଟାଡିୟମର ଏକ ସ୍ପଷ୍ଟ ଦୃଶ୍ୟ । ସୋମବାରଦିନ ଏହି ଫଟୋ ଉତ୍ତୋଳନ କରାଯାଇଥିଲା । ଆସନ୍ତା କିଛି ଦିନ ଧରି ଏହି ସାଟେଲାଇଟ୍‌ର ପରୀକ୍ଷା ଅବ୍ୟାହତ ରହିବ ବୋଲି ଇସ୍ରୋ ତରଫରୁ କୁହାଯାଇଛି ।
ଏହି ସାଟେଲାଇଟ୍‌କୁ କାଟ୍ରୋଗ୍ରାଫିକ ପ୍ରୟୋଗ, ସହରାଞ୍ଚଳ, ଗ୍ରାମାଞ୍ଚଳର ରୂପରେଖ, ରୋଡ୍‌ ନେଟଓ୍ଵାର୍କ ଓ କ୍ରାଉଡ କଣ୍ଟ୍ରୋଲ, ଜମି ବ୍ୟବହାର ଆଦି କାମ ପାଇଁ ବ୍ୟବହାର କରାଯିବ ।

କିନ୍ତୁ ଏହାର ସାମରିକ ଉପଯୋଗ ମଧ୍ୟ କରାଯାଇପାରିବ । ଅର୍ଥାତ୍‌ ତେବେ ପ୍ରକୃତରେ ଏହାକୁ କେଉଁ କାମ ପାଇଁ ବ୍ୟବହାର କରାଯିବ ତାହା ଗୁପ୍ତ ରଖାଯାଇଛି । କିନ୍ତୁ ଏହି କାଟ୍ରୋସାଟକୁ ନେଇ ପାକିସ୍ତାନ ମଧ୍ୟ ଚିନ୍ତାରେ ରହିଛି । କାରଣ କାଟ୍ରୋସାଟ୍‌ ଏକ ଅତି ଶକ୍ତିଶାଳୀ ଉପଗ୍ରହ । ଏଥିରେ ଏକ ନୂଆ ଟେକନଲୋଜୀର ବ୍ୟବହାର କରାଯାଇଛି ଯଦ୍ୱାରା ରାତିରେ ହିଁ ବିଭିନ୍ନ ଅଂଚଳର ସ୍ପଷ୍ଟଚିତ୍ର ଉଠାଇହେବ । ପାକିସ୍ତାନ ଆଶଙ୍କା କରୁଛି ଯେ ଭାରତ ଏହାକୁ ବ୍ୟବହାର କରି ପାକିସ୍ତାନର ସବୁ ସଂବେଦନଶୀଳ ଅଂଚଳ, ମିଲିଟାରୀ କ୍ୟାମ୍ପ ଏପରିକି ଆତଙ୍କବାଦୀ ଶିବିର ଉପରେ ରାତିଦିନ ସବୁବେଳ ନଜର ରଖିପାରିବ ।

ସମ୍ବନ୍ଧିତ ଖବର