ଭାଇରାଲ୍‌ ହେଲା ଟିନା ଡାବି ଓ ପ୍ରଦୀପ ଗ‌ୱାଣ୍ଡେଙ୍କ ବିବାହର ପ୍ରଥମ ଫଟୋ

ଜୟପୁର: ଆଇଏଏସ୍‌ ଟିବା ଡାବି ଓ ପ୍ରଦୀପ ଗୱାଣ୍ଡେ ଏବେ ପତି-ପତ୍ନୀ। ସୋସିଆଲ୍‌ ମିଡିଆରେ ତାଙ୍କ ବିବାହ ପରର ପ୍ରଥମ ଫଟୋ ଭାଇରାଲ୍‌ ହୋଇଛି। ସେମାନଙ୍କ ବିବାହକୁ ୨ ଦିନ ବିତିଯିବା ପରେ ଏବେ ଟ୍ବିଟର୍‌ରେ ତାଙ୍କ ବିବାହ ବେଳର ଏକ ଫଟୋ ଭାଇରାଲ୍‌ ହୋଇଛି।

ଉଭୟ ଟିନା ଓ ପ୍ରଦୀପ ତାଙ୍କ ବିବାହ ସମୟରେ ଧଳା ରଂଗର ପୋଷାକ ପିନ୍ଧିଥିବା ଦେଖିବାକୁ ମିଳିଛି। ଧଳା ରଂଗର ପୋଷାକ ପିନ୍ଧିଥିବା ବେଳେ ଗୋଲାପୀ ଓ ଧଳା ରଂଗର ଜୟମାଳା ପକାଇଥିବା ଫଟୋରେ ଦେଖିବାକୁ ମିଳିଛି। ସେମାନେ ଯେଉଁଠାରେ ବିବାହ କରୁଛନ୍ତି ସେହି ପଛ ପଟରେ ଡକ୍ଟର ବିଆର୍‌ ଆମ୍ବେଦକର୍‌ଙ୍କର ଫଟୋ ଦେଖିବାକୁ ମିଳିଛି।

 

ଉଲ୍ଲେଖଯୋଗ୍ୟ, ନିଜର ପ୍ରଥମ ସ୍ବାମୀ ଆଇଏଏସ୍ ଅଥର ଖାନଙ୍କୁ ଛାଡ଼ପତ୍ର ଦେବା ପରେ ଦ୍ବିତୀୟ ଥର ପାଇଁ ୨୦୧୩ ବ୍ୟାଚର ଆଇଏଏସ ଅଧିକାରୀ ପ୍ରଦୀପ ଗାୱାଣ୍ଡେଙ୍କୁ ବିବାହ କରିଛନ୍ତି ଟିନା ଡାବି। ପ୍ରଦୀପ ତାଙ୍କ ପରି ଅନୁସୂଚୀତ ଜାତି ‌ଶ୍ରେଣୀର। ତାଙ୍କ ମାଆଙ୍କ ପରି ପ୍ରଦୀପ ବି ଜଣେ ମରାଠୀ।  ଟିନା ଡାବି ୨୦୧୮ ମସିହାରେ ଆଇଏଏସ୍ ଅଥର ଖାନଙ୍କୁ ବିବାହ କରିଥିଲେ। ୨୦୧୫ ୟୁପିଏସସି ପରୀକ୍ଷାରେ ଟିନା ଡାବି ଟପ୍ପର ରହିଥିବା ବେଳେ ଦ୍ୱିତୀୟରେ ରହିଥିଲେ ଅଥର ଖାନ । ପ୍ରଥମେ ବନ୍ଧୁତା, ପରେ ପ୍ରେମ ଓ ପରେ ଉଭୟ ପରସ୍ପରକୁ ଜୀବନସାଥୀ ଭାବେ ବାଛିି ନେଇଥିଲେ । ମସୁରୀରେ ଥିବା ଲାଲ ବାହାଦୁର ଶାସ୍ତ୍ରୀ ନ୍ୟାସନାଲ ଆକାଡେମି ଫର ଆଡମିନିଷ୍ଟ୍ରେସନରେ ଉଭୟଙ୍କ ସାକ୍ଷାତ ହେବା ପରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା । ଅବଶ୍ୟ, ଉଭୟଙ୍କ ସମ୍ପର୍କ ଅଧିକ ଦିନ ତିଷ୍ଠି ପାରିନଥିଲା। ୨୦୨୦ ମସିହାରେ ଆପୋଷ ବୁଝାମଣାରେ ଉଭୟଙ୍କ ମଧ୍ୟରେ ଛାଡପତ୍ର ହୋଇଥିଲା ।

ସମ୍ବନ୍ଧିତ ଖବର