ନୂଆଦିଲ୍ଲୀ: ଯଦି ଆପଣ ଏକ ଏଟିଏମକୁ ଯାଆନ୍ତି ଏବଂ ସେଠାରେ କାଗଜ ନୋଟ୍ ବଦଳରେ ଆପଣଙ୍କୁ ସୁନା କଏନ ମିଳେ, ଆପଣ କିଭଳି ପ୍ରତିକ୍ରିୟା ଦେବେ। ନିଶ୍ଚିତ ଭାବରେ ଆପଣ ଆଶ୍ଚର୍ଯ୍ୟ ହେବେ। ହେଲେ ଆଶ୍ଚର୍ଯ୍ୟ ଲାଗୁଥିବା ଏହି କଥା ଏବେ ସତ ହୋଇଛି। ହାଇଦ୍ରାବାଦରେ ଏଟିଏମରୁ ଟଙ୍କା ବଦଳରେ ବାହାରୁଛି ସୁନା କଏନ। ଭାରତରେ ପ୍ରଥମ କରି ସୁନା ବାହାରୁଥିବା ଏଟିଏମ୍ ସ୍ଥାପନ କରାଯାଇଛି।

Advertisment

publive-image aajtak

ବର୍ତ୍ତମାନ ଆପଣ ଏଟିଏମରୁ ସୁନା କିଣିପାରିବେ। ଏହି ଏଟିଏମ୍, ଅଳଙ୍କାର ନିର୍ମାତା ଗୋଲ୍ଡସିକ୍କା ଓ ଓପନ କ୍ୟୁବ୍ ଟେକ୍ନୋଲୋଜିସ୍ ଲିମିଟେଡ୍ ମିିଶି ଆରମ୍ଭ କରିଛନ୍ତି। ଏହି ସୁନା ଏଟିଏମ୍ ମାଧ୍ୟମରେ ଲୋକମାନେ ସେମାନଙ୍କର ଡେବିଟ୍ କିମ୍ବା କ୍ରେଡିଟ୍ କାର୍ଡ ବ୍ୟବହାର କରି ସୁନା ମୁଦ୍ରା କିଣିପାରିବେ। ନ୍ୟୁଜ୍ ଏଜେନ୍ସି ‘ଏଏନଆଇ’ ଅନୁଯାୟୀ, ୫କିଲୋଗ୍ରାମ ସୁନା ଏଟିଏମରେ ଗଚ୍ଛିତ ହୋଇ ରହିପାରିବ। ଲୋକମାନେ ଚୟନ କରିବାକୁ ୮ଟି ବିକଳ୍ପ ମଧ୍ୟ ପାଇବେ। ରିପୋର୍ଟରେ ଦର୍ଶାଯାଇଛି ଯେ "୦.୫ ଗ୍ରାମରୁ ୧୦୦ଗ୍ରାମର ସୁନା ସହିତ ୮ଟି ବିକଳ୍ପ ଉପଲବ୍ଧ ହେବ।

बाजार भाव के मुताबिक मिलेगा सोना aajtak

ହାଇଦ୍ରାବାଦର ବେଗମପେଟ୍ ସ୍ଥିତ ଅଶୋକା ରଘୁପାଠୀ ଚାମ୍ବରର ମୁଖ୍ୟ କାର୍ଯ୍ୟାଳୟରେ ଭାରତର ପ୍ରଥମ ତଥା ବିଶ୍ୱର ପ୍ରଥମ ରିଅଲ୍ ଟାଇମ୍ ସୁନା ଏଟିଏମ୍ ସ୍ଥାପନ କରାଯାଇଛି। ଏଟିଏମରୁ ବାହାର କରାଯାଇଥିବା ମୁଦ୍ରାଗୁଡ଼ିକ ହେଉଛି ୨୪ କ୍ୟାରେଟ୍ ସୁନା। ଏହି ଏଟିଏମର ବିଶେଷତ୍ବ ହେଉଛି, ଏଥିରେ ସୁନାର  ମୂଲ୍ୟ ଲାଇଭ୍ ଅପଡେଟ୍ କରାଯାଏ। ଏକାସାଙ୍ଗରେ ମୂଲ୍ୟ ଏବଂ ଟ୍ୟାକ୍ସ ଅପଡେଟ୍ ହୋଇ ପରଦାରେ ପ୍ରଦର୍ଶିତ ହୁଏ।

ଗୋଲ୍ଡସିକ୍କାର ଉପାଧ୍ୟକ୍ଷ ପ୍ରତାପ କହିଛନ୍ତି, "ଗୋଲ୍ଡସିକ୍କା ଲିମିଟେଡ୍ ୪ବର୍ଷ ପୂର୍ବେ ପ୍ରତିଷ୍ଠିତ ହୋଇଥିଲା। ଆମ ସିଇଓ ଏଟିଏମ୍ ମେସିନ୍ ମାଧ୍ୟମରେ ସୁନା ମୁଦ୍ରା ବିକ୍ରି କରିବା ବିଷୟରେ ଆମକୁ ଜଣାଇଥିଲେ। କିଛି ଦିନ ଏହା ଉପରେ ଆଲୋଚନା କରିବା ପରେ ଏହା ସମ୍ଭବ ବୋଲି ଆମେ ଜାଣିପାରିଲୁ। ଆମେ ଏକ ଷ୍ଟାର୍ଟ ଅପ୍ କମ୍ପାନି ଓପନ୍ କ୍ୟୁବ୍ ଟେକ୍ନୋଲୋଜି ଲିମିଟେଡ ସହିତ ମିଶି ଏହା ଆରମ୍ଭ କରିଛୁ। ଆଗକୁ ଆମେ ହାଇଦ୍ରାବାଦର ବିମାନବନ୍ଦର, ଓଲ୍ଡ ସିଟି, ଆମୀରପେଟ୍ ଏବଂ କୁକଟପାଲିରେ ୩-୪ଟି ମେସିନ୍ ସ୍ଥାପନ ପାଇଁ ଯୋଜନା କରୁଛୁ।"