ଗୁଳିଚୋଟରେ ଟେକ୍ସାସ୍‌ରେ ପ୍ରଥମ ଶିଖ୍‌ ପୁଲିସ ଅଫିସର୍‌ ମୃତ

ଟେକ୍ସାସ୍‌: ଯୁକ୍ତରାଷ୍ଟ୍ର ଆମେରିକାର ଟେକ୍ସାସ୍‌ ଠାରେ ଜଣେ ଶିଖ୍‌ ସମ୍ପ୍ରଦାୟର ପୁଲିସ ଅଫିସର୍‌ ଗୁଳିଚୋଟରେ ନିହତ ହୋଇଛନ୍ତି।

ସାଇପ୍ରେସ୍‌ ସିଟି ନିକଟରେ ହ୍ୟାରିସ୍‌ କାଉଣ୍ଟି ସେରିଫ୍‌ ଅଫିସ୍‌ର ଡେପୁଟି ୪୨ ବର୍ଷିୟ ସନ୍ଦୀପ ଢାଲିଓ୍ଵାଲ୍‌ ଗୋଟାଏ ଗାଡ଼ି ଅଟକାଇବା ବେଳେ କେହି ଜଣେ ପଛପଟୁ ଆସି ଗୁଳି ଚଳାଇଲେ।

୧୦ ବର୍ଷ ହେବ ଫୌଜ ଓ ଏଜେନ୍‌ସିରେ କାମ କରୁଥିବା ଢାଲିଓ୍ଵାଲ୍‌ ଥିଲେ ପ୍ରଥମ ଶିଖ୍‌ ଡେପୁଟି।

Image Source: The Indian Express

ହେଲିକପ୍ଟର୍‌ ଆମ୍ବୁଲାନ୍‌ସ୍‌ ଯୋଗେ ଢାଲିଓ୍ଵାଲ୍‌ଙ୍କୁ ମେମୋରିୟାଲ୍‌ ହର୍‌ମାନ୍‌ ହସ୍‌ପିଟାଲ୍‌କୁ ନିଆଯାଇଥିଲା। ସେଠାରେ ତାଙ୍କର ମୃତ୍ୟୁ ଘଟିଲା। ଜଣେ ସମ୍ଭାବ୍ୟ ସନ୍ଦିଗ୍ଧକୁ ପୁଲିସ ଅଟକ ରଖିଛି।

ଡ୍ୟାସ୍‌କାମ୍‌ ଭିଡିଓରେ ଢାଲିଓ୍ଵାଲ୍‌ ଏବଂ ସନ୍ଦିଗ୍ଧଙ୍କୁ ଦେଖିବାକୁ ମିଳୁଛି। ବିନା କୌଣସି ମୁକାବିଲାରେ ଦୁହେଁ କଥାବାର୍ତ୍ତା ହେବା ପରେ ଢାଲିଓ୍ଵାଲ୍‌ ସ୍କ୍ଵାଡ୍‌ କାର୍‌କୁ ଫେରିବା ବେଳେ ସନ୍ଦିଗ୍ଧ ଦୌଡ଼ି ଆସି ତାଙ୍କ ଉପରକୁ ଗୁଳି ଚଳାଉଛି।

ଢାଲିଓ୍ଵାଲ୍‌ ବିବାହିତ ଏବଂ ତିନି ସନ୍ତାନଙ୍କ ଜନକ।

ସମ୍ବନ୍ଧିତ ଖବର