ଭୁବନେଶ୍ବର: ଇତିହାସ ରଚିିବା ସହ ନିଜ ସଫଳତାରେ ଏକ ନୂତନ ଫର୍ଦ୍ଦ ଯୋଡ଼ିଛି ଭୁବନେଶ୍ବର ଏମ୍ସ। ଜନୈକ ୨୨ମାସର ଶିଶୁ ଉପରେ ସଫଳ ଏକମୋ ଚିକିତ୍ସା କରିି ଏବେ ଚର୍ଚ୍ଚାରେ ଭୁବନେଶ୍ବର ଏମ୍ସ ହସ୍ପିଟାଲ। କାରଣ, ଏପରି ବିରଳ ସଫଳତା ଜିଲ୍ଲା କିମ୍ବା ରାଜ୍ୟରେ ନୁହେଁ, ଦେଶରେ ପ୍ରଥମ ବୋଲି ଜଣାପଡ଼ିଛି। ପୂର୍ବରୁ ଏତେ କମ ବୟସ୍କ ଶିଶୁ ଉପରେ ଏକମୋ ଚିକିତ୍ସା କରାଯାଇନଥିଲା। ଶିଶୁଟି ଫୁସଫୁସର ଏକ ବିରଳ ରୋଗ "ପଲମୋନାରୀ ଆଲଭେଓଲାର୍ ପ୍ରୋଟିନୋସିସ୍"ରେ ପୀଡିତ ଥିଲା ବୋଲି ଏମ୍ସ ପକ୍ଷରୁୁ କୁହାଯାଇଛି।

Advertisment

ମିଳିଥିବା ସୂଚନା ମୁତାବକ, ଢ଼େଙ୍କ‌ାନାଳର ୨୨ମାସର ଏହି ଶିଶୁକନ୍ୟାଟି ଜୁନ୍ ୨୦୨୧ରେ ପରିବାରର ଅନ୍ୟ ସଦସ୍ୟଙ୍କ ସହ କରୋନାରେ ଆକ୍ରାନ୍ତ ହୋଇଥିଲେ ଏବଂ ପରେ ସୁସ୍ଥ ହୋଇଥିଲେ। ହେଲେ ଜୁଲାଇ ୨୦୨୧ରେ, ପୁଣି ଜ୍ବର ହେବା ସହ ତାଙ୍କୁ ନିଶ୍ବାସ ନେବାରେ ଅସୁବିଧା ହୋଇଥିଲା। ପ୍ରଥମେ ତାଙ୍କୁ କଟକ ଏବଂ ଭୁବନେଶ୍ୱରର ବିଭିନ୍ନ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲେ ବି ଶିଶୁର ଅବସ୍ଥା ସୁଧୁରି ନଥିଲା। ସେଥିପାଇଁ ଶେଷରେ ତାଙ୍କୁ ଭୁବନେଶ୍ୱର ଏମ୍ସର ଶିଶୁ ବିଭାଗକୁ ପଠାଯାଇଥିଲା। ନିଶ୍ୱାସ ନେବାରେ ଅସୁବିଧା ହେତୁ ତାଙ୍କୁ ପେଡିଆଟ୍ରିକ୍ ଇଣ୍ଟେନ୍ସିଭ୍ କେୟାର ୟୁନିଟ୍ (ପିଆଇସିୟୁ) ରେ ଭର୍ତ୍ତି କରାଯାଇଥିଲା।

publive-image

ଅନୁସନ୍ଧାନ ପରେ ସେ ପୁଲମୋନାରୀ ଆଲଭେଓଲାର୍ ପ୍ରୋଟିନୋସିସରେ ପୀଡିତ ଥିବା ସନ୍ଦେହ କରାଯାଇଥିଲା। ଏହି ସମସ୍ୟା ହେଲେ ଦୁଗ୍ଧ ପରି ଜିନିଷ ଉଭୟ ଫୁସଫୁସରେ ଜମା ହୋଇଯାଏ। ଏହି ରୋଗ ପାଇଁ ଏକମାତ୍ର ଉପଲବ୍ଧ ଚିକିତ୍ସା ବିକଳ୍ପ ଥିଲା ଉଭୟ ଫୁସଫୁସକୁ ସାଲାଇନ୍ ସହିତ ସଫା କରିବା। ହେଲେ ଏଭଳି ଅସୁସ୍ଥ ଶିଶୁଙ୍କ ଉପରେ ଏଭଳି ବିକଳ୍ପ ପ୍ରୟୋଗ କରିବ କଷ୍ଟକର ଥିଲା। ତେଣୁ, ଡାକ୍ତରମାନଙ୍କର ଏକ ବିଶେଷଜ୍ଞ ଦଳ ଗଠନ କରାଯାଇ ଶିଶୁକୁ ଏକମୋ ସହାୟତା (ଆର୍ଟିଫିସିଆଲ୍ ଫୁସଫୁସ)ରେ ରଖି ଫୁସଫୁସ ସଫା କରିବାକୁ ନିଷ୍ପତ୍ତି ନିଆଯାଇଥିଲା।

ଏହି ଟିମରେ ଶିଶୁ ବିଭାଗର ଡାକ୍ତରମାନେ ଥିଲେ ଏବଂ ସେମାନଙ୍କୁ ଅନ୍ୟ ନର୍ସିଂ କର୍ମଚାରୀ, ଶିଶୁରୋଗ ଏବଂ ଆନାସ୍ଥେସିଆ ବିଭାଗର ସପୋର୍ଟ ଷ୍ଟାଫ ସାହାଯ୍ୟ କରିଥିଲେ। ଅଗଷ୍ଟ ୩୦,୨୦୨୧ରେ ପ୍ରଥମ ଫୁସଫୁସ ସଫା କରିବା ପ୍ରକିୟା କରାଯାଇଥିବା ବେଳେ ସେପ୍ଟେମ୍ବର ୧୩ରେ ଦ୍ବିତୀୟ ଥର ଫୁସଫୁସ ସଫା କରାଯାଇଥିଲା। ଏହା ପରେ ଶିଶୁଟିର ଅବସ୍ଥା ଧୀରେ ଧୀରେ ସୁଧୁରିବାକୁୁ ଲାଗିଥିଲା। କିଛି ଦିନ ହସ୍ପିଟାଲରେ ରହିବା ପରେ ଆଜି ଶିଶୁଟି ଏମ୍ସରୁ ଡିସଚାର୍ଜ ହୋଇଛି।