ନାଥୁରାମ ଗଡ଼ସେ ହେଉଛନ୍ତି ସ୍ୱାଧୀନ ଭାରତର ପ୍ରଥମ ଆତଙ୍କବାଦୀ: କମଲ ହାସନ

ଚେନ୍ନାଇ: ମହାତ୍ମା ଗାନ୍ଧୀଙ୍କ ହତ୍ୟାକାରୀ ନାଥୁରାମ ଗଡ଼ସେ ସ୍ୱାଧୀନ ଭାରତର ପ୍ରଥମ ଆତଙ୍କବାଦୀ ବୋଲି ରବିବାର ଦିନ ନିର୍ବଚାନ ପ୍ରଚାର ଅଭିଯାନ ସମୟରେ କହିଛନ୍ତି କମଲ ହାସନ।

ମେ ୧୯ ତାରିଖ ଦିନ ହେବାକୁ ଥିବା ଉପ ନିର୍ବାଚନରେ ତାଙ୍କର ପ୍ରାର୍ଥୀ ସେ ମୋହନରାଜଙ୍କ ପାଇଁ ଅବରାକୁରିଚି ଠାରେ ପ୍ରଚାର ମସୟରେ ମକ୍କଲ ନୀଧି ମଇୟାମ୍‌ (ଏମ୍‌ଏନ୍‌ଏମ୍‌) ଦଳର ନେତା କମଲ ହାସନ୍‌ କହିଛନ୍ତି।

ନିର୍ବାଚନ ଅଭିଯାନ ସମୟରେ ଗୋଟାଏ ଭ୍ୟାନ୍‌ ଉପରେ ଥାଇ ହାସନ୍‌ କହିଲେ, ଏଠାରେ ଗୁଡ଼ାଏ ମୁସଲମାନ ଥିବାରୁ ମୁଁ ଏ କଥା କହୁନାହିଁ। ଏ କଥା ମୁଁ ଗାନ୍ଧୀଜୀଙ୍କ ପ୍ରତିମୂର୍ତ୍ତି ଆଗରେ କହୁଛି। ସ୍ୱାଧୀନ ଭାରତର ପ୍ରଥମ ଆତଙ୍କବାଦୀ ଥିଲା ଜଣେ ହିନ୍ଦୁ।

ସେ ଆହୁରି କହିଲେ ଯେ ବିବେକ ମଧ୍ୟରେ ମୁଁ ହେଉଛି ଗାନ୍ଧୀଜୀଙ୍କ ଅଣନାତି। ସେ ହତ୍ୟାକାଣ୍ଡ ସଂକ୍ରାନ୍ତରେ ପ୍ରଶ୍ନ ପଚାରିବାକୁ ମୁଁ ଏଠାକୁ ଆସିଛି। ଏ ଘଟଣାକୁ ସେ ଦୃଷ୍ଟିରୁ ବିଚାର କରନ୍ତୁ।

ଉତ୍ତମ ଭାରତୀୟଗଣ ଚାହାଁନ୍ତି ଭାରତ ସମାନ ଓ ଶାନ୍ତିପୂର୍ଣ୍ଣ ହେଉ ଏବଂ ତ୍ରିରଙ୍ଗର ତିନୋଟି ରଙ୍ଗ ରହିଥାଉ।

ସମ୍ବନ୍ଧିତ ଖବର