ପ୍ରଥମେ ଗରିବ ଶ୍ରମିକଙ୍କ ଘରବାହୁଡ଼ା: ମୋଦୀ

ନୂଆଦିଲ୍ଲୀ: ବିଦେଶରେ ଫସି ରହିଥିବା ହଜାର ହଜାର ଭାରତୀୟମାନଙ୍କୁ ଦେଶକୁ ଆଣିବା ପାଇଁ କେନ୍ଦ୍ର ସରକାର ଯୋଜନା କରିଛନ୍ତି। ତେବେ ଏଥିରେ ଉପସାଗରୀୟ ରାଷ୍ଟ୍ରରେ ଫସିରହିଥିବା ଶ୍ରମିକମାନଙ୍କୁ ଅଗ୍ରାଧିକାର ଭିତ୍ତିରେ ବିମାନରେ ଆସନ ଦେବା ପାଇଁ ପ୍ରଧାନମନ୍ତ୍ରୀ ମୋଦୀ ନିଜ ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି। ସେଇ ଅନୁଯାୟୀ ନିୟମ ପ୍ରସ୍ତୁତ ହେବ ଏବଂ ଦ୍ୱିତୀୟ ଅଗ୍ରାଧିକାରରେ ରହିବେ ବିଦ୍ୟାର୍ଥୀ। ତାହା ପରେ ଆଉ ସମସ୍ତେ, ଯେଉଁମାନେ ଚାକିରି ପାଇଁ ବା ବୁଲିବାକୁ ଯାଇଛନ୍ତି। ଏକ ଯୋଜନା ପ୍ରସ୍ତୁତି ବୈଠକରେ ପ୍ରଧାନମନ୍ତ୍ରୀ ମୋଦୀ ଗରିବ ଶ୍ରମିକମାନଙ୍କ ପ୍ରଥମ ପର୍ଯ୍ୟାୟରେ ଅଗ୍ରାଧିକାର ଭିତ୍ତିରେ ଘରବାହୁଡ଼ା ଉପରେ ଗୁରୁତ୍ୱାରୋପ କରିଛନ୍ତି। ସେହି ଅନୁସାରେ ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ଓ ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ କାର୍ଯ୍ୟଯୋଜନା ପ୍ରସ୍ତୁତ କରି କାର୍ଯ୍ୟକାରୀ କରିବେ।

ସମ୍ବନ୍ଧିତ ଖବର