ଭାରତରେ ପ୍ରଥମଥର ପାଇଁ ହେବ ଏସସିଓ ବୈଠକ; ଭିଡିଓ କନଫେରେନ୍ସିଂରେ ହେବ ଆଲୋଚନା

ନୂଆଦିଲ୍ଲୀ: ୨୦୧୭ ମସିହାରେ ଏସସିଓ ବା ସଂଘାଇ ସହଯୋଗ ସଂଗଠନର ସଦସ୍ୟ ହୋଇଥିଲା ଭାରତ। ସଦସ୍ୟ ହେବାର ମାତ୍ର ୩ ବର୍ଷ ମଧ୍ୟରେ ନିଜ ଦେଶରେ ବୈଠକ କରିବାର ସୁଯୋଗ ପାଇଛି ଭାରତ । ଏହି ବୈଠକର ଅୟୋଜନ କରି ଭାରତ ବେଶ ଗୌରବ ହାସଲ କରିବ । ହେଲେ କରୋନା ମହାମାରୀ ପାଇଁ ବୈଠକର ଆଲୋଚନା କେବଳ ଭିଡିଓ କନଫେରେନ୍ସିଂ ମାଧ୍ୟମରେ ହେବ ବୋଲି ଜଣାପଡିଛି ।

ଏହି ବୈଠକରେ ଚୀନର ପ୍ରଧାନମନ୍ତ୍ରୀ ଲି.କଚିଆଙ୍ଗ ସାଂଘାଇ ସହଯୋଗ ସଂଗଠନର ସରକାରୀ ମୁଖ୍ୟମାନଙ୍କ ଉନ୍ନବିଂଶ ବୈଠକରେ ଅଂଶଗ୍ରହଣ କରିବେ । ଏହି ବୈଠକ ଡିସେମ୍ବର ୩୦ ତାରିଖରେ ଭାରତର ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବ ।

ଚୀନର ବୈଦେଶିକ ମନ୍ତ୍ରାଳୟ କହିଛି ଯେ ପ୍ରଧାନମନ୍ତ୍ରୀ ଲି.କଚିଆଙ୍ଗଙ୍କ ସହ ଅନ୍ୟ ନେତାମାନେ ବି ଏହି ବୈଠକରେ ଅଂଶଗ୍ରହଣ କରିବେ । ଗତ ସପ୍ତାହରେ ଏସସିଓର ସାଧାରଣ ସଂପାଦକ ବ୍ଲାଦିମିର ନୋରବ ଏକ ସାମ୍ବାଦିକ ସମ୍ମିଳନୀରେ କହିଥିଲେ କି ଏହି ଏସସିଓ ବୈଠକରେ ଅର୍ଥନୈତିକ ସହଯୋଗ ମୁଖ୍ୟ ପ୍ରସଙ୍ଗ ରହିବ ।

୨୦୦୧ ମସିହାରେ ଏସସିଓ ଗଠନ କରାଯାଇଥିଲା । ଏହାର ସଦସ୍ୟତା ପାଇଥିବା ଦେଶମାନଙ୍କ ମଧ୍ୟରେ ଭାରତ, ଚୀନ, ଋଷ, ପାକିସ୍ତାନ, ଉଜେବକିସ୍ତାନ, କାଜିକସ୍ତାନ, କିରଗିଜସ୍ତାନ ଓ କାଜାଖସ୍ତାନ ଭଳି ରାଷ୍ଟ୍ରମାନେ ରହିଛନ୍ତି । ଏସସିଓ ଦେଶଗୁଡିକର ଜନସଂଖ୍ୟା ମୋଟ ବିଶ୍ୱ ଜନସଂଖ୍ୟାର ୪୨ ପ୍ରତିଶତ ବୋଲି କୁହାଯାଉଛି ।

ସମ୍ବନ୍ଧିତ ଖବର