ନୂଆଦିଲ୍ଲୀ:ପ୍ରତିଦିନ ସୋସିଆଲ ମିଡିଆରେ କିଛି ନା କିଛି ଭିଡିଓ ପୋଷ୍ଟ ହୋଇଥାଏ। ସମ୍ପ୍ରତି ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓ ଦେଖିବା ପରେ ଆପଣ ବି ଖୁସି ହୋଇଯିବେ |
ଭାଇରାଲ ଭିଡିଓରେ ଏହା ଦେଖିବାକୁ ମିଳୁଛି ଯେ ଦିଲ୍ଲୀର ବିଜୟ ଚୌକ ଆକାଶରେ ୧୦୦୦ ଡ୍ରୋନ୍ ନିଜର କୌଶଳ ପ୍ରଦର୍ଶନ କରୁଛନ୍ତି। ଏହି ସମସ୍ତ ଡ୍ରୋନ୍ ଏକତ୍ର ହୋଇ ଏକ ସୁନ୍ଦର ଦୃଶ୍ୟ ତିଆରି କରୁଛନ୍ତି | ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି | ଲୋକମାନେ ବି ଏହାକୁ ବେଶ ପସନ୍ଦ କରୁଛନ୍ତି।
#WATCH | Delhi: 1000 Made in India drones rehearse for Beating the Retreat ceremony to be held at the Vijay Chowk on January 29th. They would be performing at the event for the first time. pic.twitter.com/Jbp8MepEUt
— ANI (@ANI) January 24, 2022
ଭାଇରାଲ୍ ଭିଡିଓ ଦେଖିବା ପରେ ଲୋକମାନେ ବହୁତ ଉତ୍ସାହିତ ଅଛନ୍ତି | ଜାନୁଆରି ୨୯ ସନ୍ଧ୍ୟାରେ ସମଗ୍ର ଦେଶ ଡ୍ରୋନ୍ ମାଧ୍ୟମରେ ଦେଶ ବିଷୟରେ ଜାଣିବ । ପ୍ରଥମ ଥର ପାଇଁ ବିଜୟ ଚୌକରେ ଏହା କରାଯାଉଛି|