ଥିରୁୱନନ୍ତପୁରମ୍: କେରଳ ବିଧାନସଭା ନିର୍ବାଚନରେ ପ୍ରଥମ କିନ୍ନର ଆଶାୟୀ ପ୍ରାର୍ଥୀ ତଥା ରାଜ୍ୟର ପ୍ରଥମ କିନ୍ନର ଆର୍ଜେ ତଥା ରେଡିଓ ଜକିଙ୍କ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର ହୋଇଛି ।
ଅନନ୍ୟା ୨୦୨୦ରେ କୋଚିର ଏକ ଘରୋଇ ଡାକ୍ତରଖାନାରେ ଭେଜିନୋପ୍ଲାଷ୍ଟି ଅସ୍ତ୍ରୋପଚାର କରିଥିଲେ। ଅସ୍ତ୍ରୋପଚାରର ଗୋଟିଏ ବର୍ଷ ସେ ଅଧିକ ସମୟ ଠିଆ ହୋଇପାରୁ ନଥିଲେ। ଶାରୀରିକ ସମସ୍ୟା ହେତୁ ସେ କାମ କରିବାକୁ ମଧ୍ୟ ସକ୍ଷମ ହୋଇ ନଥିଲେ ବୋଲି ଅନନ୍ୟା କହିଥିଲେ। ଅସ୍ତ୍ରୋପଚାର ସମୟରେ ହୋଇଥିବା ଭୁଲ ହେତୁ ସେ ସ୍ୱାସ୍ଥ୍ୟଗତ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ବୋଲି ମୃତ୍ୟୁ ପୂର୍ବରୁ ଅନନ୍ୟା କହିଥିଲେ।
ଆଜି ତାଙ୍କର ମୃତଦେହ ସନ୍ଦେହ ଜନକ ଅବସ୍ଥାରେ ଉଦ୍ଧାର ହୋଇଛି। ପୁଲିସ ଅନନ୍ୟାଙ୍କ ମୃତଦେହ ଜବତ କରି ଏର୍ନାକୁଲମର ଜେନେରାଲ ହସ୍ପିଟାଲକୁ ବ୍ୟବଚ୍ଛେଦ ପାଇଁ ପଠାଇଛି । କୁହାଯାଉଛି ଯେ ଅନନ୍ୟା ଅନେକ ଶାରୀରିକ ଯନ୍ତ୍ରଣା ଦେଇ ଗତି କରୁଥିଲେ। ଏହି ଯନ୍ତ୍ରଣାକୁ ସେ ସହି ନପାରି ଆତ୍ମହତ୍ୟା କରିଛନ୍ତି। ପୁଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି।