ପେଥାଇ ସାମୁଦ୍ରିକ ବାତ୍ୟା ବେଳେ ଆନ୍ଧ୍ରରେ ବିରଳ ଘଟଣା, ଆକାଶରୁ ମାଛ ବର୍ଷା

ବିଶାଖାପାଟଣା : ସାମୁଦ୍ରିକ ଝଡ଼ ପେଥାଇ ସୋମବାରଦିନ ମଧ୍ୟାହ୍ନରେ ଆନ୍ଧ୍ରର ପୂର୍ବ ଗୋଦାବରୀ ଜିଲ୍ଲା କାଟ୍ରେନିକୋନାଠାରେ ସ୍ଥଳଭାଗକୁ ଛୁଇଁବା ପରେ ତାଣ୍ଡବ ରଚାଇଛି । ଏହା ଦ୍ୱାରା ୨ ଜଣ ବ୍ୟକ୍ତି ପ୍ରାଣ ହରାଇଥିବାବେଳେ ଅନେକ କ୍ଷୟକ୍ଷତି ହୋଇଛି । ଫସଲ ହାନୀ ହେବା ଦ୍ୱାରା ଲୋକମାନେ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି ।

ତେବେ ଏହି ଝଡ଼ ଯୋଗୁଁ ଆନ୍ଧ୍ରପ୍ରଦେଶରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି । ଆକାଶରୁ ପ୍ରଚୁର ପରିମାଣରେ ମାଛ ବର୍ଷା ହେଉଛି । ଏହି ଘଟଣା ଦେଖିବାକୁ ମିଳିଛି ପୂର୍ବଗୋଦାବରୀ ଜିଲ୍ଲାର ଆମଲାପୁରମ ସହରରେ । ଝଡ଼ ସମୟରେ ପ୍ରଚୁର ପରିମାଣରେ ଜିଅନ୍ତା ଓ ମଲା ମାଛ ଆକାଶମାର୍ଗରୁ ଖସୁଥିବା ଦେଖାଯାଇଥିଲା । ଏ ନେଇ ଏକ ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଏପରି ଘଟଣା ବିରଳ ହେଲେ ମଧ୍ୟ ଅସ୍ୱାଭାବିକ ନୁହେଁ ବୋଲି ବୈଜ୍ଞାନିକମାନେ କହିଛନ୍ତି । ସାଧାରଣତଃ ସାମୁଦ୍ରିକ ଝଡ଼ ବାତ୍ୟା ସମୟରେ ବର୍ଷା ସହିତ ପବନ ହେଲେ ବେଳେବେଳେ ଏପରି ଘଟଣା ଦେଖାଦେଇଥାଏ ବୋଲି କହିଛନ୍ତି ବିଶାଖାପାଟଣା ସ୍ଥିତ ସେଣ୍ଟ୍ରାଲ ଇନଷ୍ଟିଚ୍ୟୁଟ ଅଫ ଫିସରିଜ୍‌ ର ବୈଜ୍ଞାନିକ ଡଃ ଏନଏମ କ୍ରିଷ୍ଣା କହିଛନ୍ତି ।

ସମ୍ବନ୍ଧିତ ଖବର