୫ ଦିନ ପରେ ଜୀବିତ ଅବସ୍ଥାରେ କୂଳକୁ ଆସିଲେ ସମୁଦ୍ରରେ ବୁଡ଼ିଯାଇଥିବା ମତ୍ସ୍ୟଜୀବୀ

କୋଲକାତା:  ପଶ୍ଚିମବଙ୍ଗର ଦକ୍ଷିଣ ୨୪ ପରଗନାର ଜଣେ ମତ୍ସ୍ୟଜୀବୀ ଅକାତକାତ ସମୁଦ୍ର ଗର୍ଭରେ ୫ ଦିନ ରହିବା ପରେ ଜୀବିତ ଫେରିଆସିବା ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ରବିନ୍ଦ୍ରନାଥ ଦାସ ନାମକ ଏହି ମତ୍ସ୍ୟଜୀବୀ ଜୁଆର ଭଟ୍ଟାର ଲହଡି ମଧ୍ୟରେ ଭୋକ ଉପାସରେ ଅଶାନ୍ତ ସମୁଦ୍ର ସହ ଲଢେଇ ଜାରି ରଖି ୫ ଦିନରେ ଜୀବିତ ଅବସ୍ଥାରେ କୂଳକୁ ଆସିଥିଲେ । କିନ୍ତୁ ଅନବରତ ସନ୍ତରଣ କରିବା ଯୋଗୁଁ ସେ ଦୁର୍ବଳ ହୋଇଯାଇଛନ୍ତି।

ମାଛ ଧରିବାକୁ ଯାଇ ତାଙ୍କ ଡଙ୍ଗା ଓଲଟି ଯାଇଥିଲା । ଘଟଣାର ୫ ଦିନ ପରେ ତାଙ୍କୁ ବାଙ୍ଗଲାଦେଶର ଚଟଗାଁଓ ତଟରୁ ଉଦ୍ଧାର କରାଗଲା , ଯାହା ଦକ୍ଷିଣ ବଙ୍ଗଳାର କାକଦ୍ୱୀପ ଠାରୁ ୬୦୦ କି.ମି. ଦୂରରେ ଅବସ୍ଥିତ । ଗୁରୁବାର ଦିନ ୧୦୦ ଜଣ ମତ୍ସ୍ୟଜୀବୀଙ୍କ ସହ ରବିନ୍ଦ୍ରନାଥ ସମୁଦ୍ରକୁ ମାଛ ମାରିବାକୁ ଯାଇଥିଲେ । ସମୁଦ୍ର ଅଶାନ୍ତ ଥିବା  ଜାଣି ବି ଏହାକୁ ଅଣଦେଖା କରିବାରୁ ଡଙ୍ଗା ବୁଡି ଯାଇଥିଲା ଏବଂ ସବୁ ମତ୍ସ୍ୟଜୀବୀ ବ.ଙେ୍ଗେୋପ ସାଗରରେ ବହିଯାଇ ବାଙ୍ଗଲାଦେଶ ସମୁଦ୍ର ସୀମା ଭିତରକୁ ଚାଲି ଯାଇଥିଲେ ।

ଏହି ଘଟଣାରେ ୧୩୦୦ ଜଣ ମତ୍ସ୍ୟଜୀବୀ ସମୁଦ୍ରର ପ୍ରଖର ସ୍ରୋତରେ ବହିଯାଇଥିଲେ । ତେବେ ୨୫ ଜଣ ମତ୍ସ୍ୟଜୀବୀ ଏବଂ ୨ ଟି ଡଙ୍ଗା ବିଷୟରେ କୌଣସି ସୂଚନା ନ ମିଳିଥିଲେ ହେଁ ଅନ୍ୟ ମତ୍ସ୍ୟଜୀବୀଙ୍କୁ ଉଦ୍ଧାର କରାଯାଇଛି । ଏହି ୨୫ ଜଣଙ୍କ ମଧ୍ୟରୁ ରବିନ୍ଦ୍ରନାଥଙ୍କୁ ବୁଧବାର ସକାଳ ୧୦.୩୦ ସମୟରେ ଚଟଗାଁଓ ତଟରେ ଲୋକମାନେ ସନ୍ତରଣ କରୁଥିବାର ଦେଖିଥିଲେ ।

ସମ୍ବନ୍ଧିତ ଖବର