୨୦୧୮ କେରଳ ବନ୍ୟାରେ ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ରକ୍ଷା କରିଥିଲେ ମତ୍ସ୍ୟଜୀବୀ, ଏବେ ତଟରକ୍ଷୀ ପୁଲିସ ଭାବେ ନିଯୁକ୍ତି ଦେଲେ ସରକାର

ଥିରୁବନନ୍ତପୁରମ: ୨୦୧୮ ମସିହା କେରଳବାସୀଙ୍କ ପାଇଁ ସବୁଦିନ ସ୍ମରଣୀୟ ହୋଇ ରହିବ । ଏହି ବର୍ଷ କେରଳ ସବୁଠାରୁ ବଡ଼ ବନ୍ୟାର ସାମ୍ନା କରିଥିବା ବେଳେ ଅନେକ ଲୋକ ପ୍ରାଣ ହରାଇଥିଲେ । ଏହି ସମୟରେ ଲୋକମାନଙ୍କ ସୁରକ୍ଷା ପାଇଁ ସରକାର ଏନ୍‌ଡିଆର୍‌ଏଫ୍‌ ଟିମ୍‌କୁ ଉଦ୍ଧାର କାର୍ଯ୍ୟରେ ଲଗାଇଥିବା ବେଳେ କେରଳର ମତ୍ସ୍ୟଜୀବୀମାନେ ବିନା କୌଣସି ସର୍ତ୍ତରେ ଲୋକଙ୍କୁ ଉଦ୍ଧାର କରିବାକୁ ଆଗେଇ ଆସିଥିଲେ । ମାଛ ଧରିବା ପାଇଁ ବ୍ୟବହାର କରୁଥିବା ଡ଼ଙ୍ଗାର ବ୍ୟବହାର କରି ସେମାନେ ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ବଞ୍ଚାଇଥିଲେ ।

indiatimes.com

କୌଣସି ପ୍ରକାରର ଟ୍ରେନିଂ ବା କୌଶଳ ନ ଜାଣି ମଧ୍ୟ ବନ୍ୟା ପାଣିରେ ସେମାନେ ସାହାସର ସହ ଲୋକଙ୍କୁ ସାହାଯ୍ୟ କରିଥିଲେ । ଯେଉଁଠାରୁ ଏନ୍‌ଡିଆର୍‌ଏଫ୍‌ ଟିମ୍‌ ବା କୌଣସି ଏନ୍‌ଜିଓ ପହଞ୍ଚି ପାରୁ ନଥିଲା, ସେଠାକୁ ଯାଇ ଲୋକଙ୍କୁ ଉଦ୍ଧାର କରିବା ସହ ସେମାନଙ୍କୁ ଖାଦ୍ୟ ଯୋଗାଇଥିଲେ । ଏବେ ବର୍ଷକ ପରେ ସେମାନଙ୍କ ନିସ୍ୱାର୍ଥପର ସେବା ପାଇଁ ୧୭୭ମତ୍ସ୍ୟଜୀବୀଙ୍କୁ ତଟରକ୍ଷୀ ପୁଲିସ ଭାବେ ନିଯୁକ୍ତି ଦେଇଛନ୍ତି କେରଳ ସରକାର । ବର୍ଷକ ପରେ ସେମାନଙ୍କୁ ପୁଲିସ ଫୋର୍ସରେ ସାମିଲ କରାଯାଇ କରିଥିବା କାମ ପାଇଁ ସେମାନଙ୍କୁ ସମ୍ମାନୀତ କରାଯାଇଛି । ତେବେ ନିଯୁକ୍ତି ଦେବା ପୂର୍ବରୁ ସେମାନଙ୍କୁ ପୁଲିସର ଟ୍ରେନିଂ ଦିଆଯାଇଥିଲା । ଶନିବାର କେରଳର ମୁଖ୍ୟମନ୍ତ୍ରୀ ପୀନାରାୟୀ ବିଜୟନଙ୍କ ଉପସ୍ଥିତିରେ ସେମାନଙ୍କୁ ଅଧିକାରୀକ ଭାବେ ପୁଲିସ ଫୋର୍ସରେ ସାମିଲ କରା ଯାଇଥିଲା ।

ସମ୍ବନ୍ଧିତ ଖବର