‘ଫିଟ୍‌ ଇଣ୍ଡିଆ ମୁଭ୍‌ମେଣ୍ଟ’କୁ ବର୍ଷେ: ବିରାଟ କୋହଲି, ମିଲିନ୍ଦ ‌ସୋମନଙ୍କ ସମେତ ସାମିଲ ହେଲେ ବଡ଼ ବଡ଼ ବ୍ୟକ୍ତିତ୍ବ

ନୂଆଦିଲ୍ଲୀ‌: ଆଜି ‘ଫିଟ୍ ଇଣ୍ଡିଆ ମୁଭ୍‌ମେଣ୍ଟ’ର ପ୍ରଥମ ବାର୍ଷିକୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି। ଫିଟ ଇଣ୍ଡିଆ ଡାଏଲଗ୍ ୨୦୨୦ ଇଭେଣ୍ଟରେ ଦେଶକୁ ଫିଟ ରହିବା ପାଇଁ ଅନୁପ୍ରାଣିତ କରୁଥିବା ବ୍ୟକ୍ତିତ୍ବଙ୍କୁ ସାମିଲ କରି ସେମାନଙ୍କୁ ପ୍ରଧାନମନ୍ତ୍ରୀ ସେମାନଙ୍କ ଫିଟନେସର ରାଜ୍ ପଚାରିଥିବା ଜଣା ପଡ଼ିଛି। ଏହି ଇଭେଣ୍ଟରେ ଆକର୍ଷଣ ପାଲଟିଥିଲେ ଭାରତୀୟ କ୍ରିକେଟ ଟିମର ଅଧିନାୟକ ବିରାଟ କୋହଲି ଏବଂ ମଡେଲ-ଅଭିନେତା ମିଲିନ୍ଦ ‌ସୋମନ। ଦୁହେଁ ଏତେ ଫିଟ୍ କେମିତି ବୋଲି ପ୍ରଶ୍ନ କରିବା ସହ ମିଲିନ୍ଦଙ୍କୁ ତାଙ୍କ ବୟସ ପଚାରିଥିଲେ ପ୍ରଧାନମନ୍ତ୍ରୀ। ଏହାର ଉତ୍ତରରେ ମିଲିନ୍ଦ ସୋମନ୍ ହସିବା ପରେ କହିଥିଲେ ଯେ ସାର୍, ଲୋକମାନେ ପ୍ରାୟତଃ ମୋତେ ମୋର ବୟସ ପଚାରିଥାନ୍ତି। ମୋତେ ୫୫ବୟସ ବୋଲି କେହି ବିଶ୍ବାସ କରନ୍ତି ନାହିଁ। କେବଳ ମୁଁ ନୁହେଁ ମୋ ମା’ ମଧ୍ୟ ୮୧ବର୍ଷ ବୟସରେ ଫିଟ ଅଛନ୍ତି।

ବିରାଟ କୋହଲି ମଧ୍ୟ ନିଜ ଫିଟନେସର ରାଜ୍ କହିଥିଲେ। ସେ କହିଥିଲେ ଯେ, ସଠିକ୍ ଖାଦ୍ୟ ଖାଇବା ସହ ପ୍ରତିଦିନ ବ୍ୟାୟମ କରିବା ଜରୁରୀ। ଫିଟନେସ୍ ସମସ୍ତଙ୍କ ପାଇଁ ଏକ ପ୍ରାଥମିକତା ହେବା ଉଚିତ୍ ବୋଲି କହିଥିଲେ ବିରାଟ।

पीएम मोदी ने मिलिंद से पूछा-इंटरनेट पर जो आपकी उम्र है क्या वो सही है?
oneindia

କରୋନା ମହାମାରୀ କାରଣରୁ ଭିର୍ଚୁଆଲ୍ ଆୟୋଜିତ ହୋଇଥିବା ଏହି କାର୍ଯ୍ୟକ୍ରମରେ ବିରାଟ କ‌ୋହଲି ଓ ମିଲିନ୍ଦ ସୋମନ୍ ଙ୍କ ସମେତ ମହିଳା ଫୁଟବଲର୍ ଆଫଶାନ୍ ଆଶିକ୍, ପାରାଲିମ୍ପିଆନ୍ ଦେବେନ୍ଦ୍ର ଜାଜରିଆଙ୍କ ପରି ଜଣାଶୁଣା ବ୍ୟକ୍ତି ଯୋଗ ଦେଇଥିଲେ, ଯେଉଁଥିରେ କେନ୍ଦ୍ର ମନ୍ତ୍ରୀ କିରଣ ରିଜିଜୁ ମଧ୍ୟ ସାମିଲ ହୋଇଥିଲେ।

ସମ୍ବନ୍ଧିତ ଖବର