ଜବଲପୁର: ସୁପ୍ରି‌ମ୍‌କୋଟ ଅଯୋଧ୍ୟା ମାମଲାର ଶୁଣାଣି କରିବା ସମୟରେ ରାଜ୍ୟର କେତେକ ସମ୍ବେଦନଶୀଳ ଅଞ୍ଚଳରେ ଡିୟୁଟିରେ ଥିବା କିଛି ପୁଲିସ୍‌ ହ୍ବାଟ୍‌ସଆପ୍‌ରେ ଚାଟିଂ କରୁଥିବା ହେତୁ ସେମାନଙ୍କୁ ନିଲମ୍ବିତ କରାଯାଇଛି। ମଧ୍ୟପ୍ରଦେଶରେ ଜବଲପୁର ସହରରେ ଡିୟୁଟି କରୁଥିବା କିଛି ପୁଲିସ୍‌ ଏପରି କରିଥିବା ସୂଚନା ରହିଛି। ଅଯୋଧ୍ୟା ମାମଲା ପରି ଏକ ସମ୍ବେଦନଶୀଳ ମାମଲାର ଶୁଣାଣି ସମୟରେ କାର୍ଯ୍ୟରତ ପୁଲିସ୍‌ମାନେ ଏପରି ଖାମଖିଆଲି କରିଥିବା ହେତୁ ସେମାନଙ୍କୁ ନିଲମ୍ବିତ କରାଯାଇଛି ବୋଲି ରବିବାର ଜଣେ ଅଧିକରୀଙ୍କ ସୂତ୍ରରୁ ଜାଣିବାକୁ ମିଳିଛି।

Advertisment

ଅଯୋଧ୍ୟା ରାମ ମନ୍ଦିର ଓ ବାବ୍ରୀ ମସ୍‌ଜିଦ୍‌ ମାମଲାର ଗୁରୁତ୍ବପୂର୍ଣ୍ଣ ରାୟ ଚାଲିଥିବା ବେଳେ କାଳେ ଏ ନେଇ ହିଂସା ଉପୁଜିପାରେ ବୋଲି ଆଶଙ୍କା କରାଯିବା ପରେ କେତେକ ସମ୍ବେଦନଶୀଳ ଅଞ୍ଚଳରେ ପୁଲିସଙ୍କୁ ମୁତୟନ କରାଯାଇଥିଲା।

ଏ ସଂପର୍କରେ ଜବଲପୁର ପୁଲିସ୍‌ ସୁପରିଟେଣ୍ଡେଣ୍ଟ୍‌ କହିଛନ୍ତି ଯେ ବିଶେଷ ସୂତ୍ରରୁ କରାଯାଉଥିବା ଏକ ତଦନ୍ତରୁ ଜାଣିବାକୁ ମିଳିଛି ଯେ କାର୍ଯ୍ୟରତ ଅବସ୍ଥାରେ ୫ ଜଣ ପୁଲିସ୍‌ଙ୍କୁ ସୋସିଆଲ୍‌ ନେଟ୍‌ୱର୍କିଂ ସାଇଟ୍‌ ହ୍ବଟ୍‌ସଆପରେ ଚାଟିଂ କରୁଥିବାର ଦେଖିବାକୁ ମିଳିଥିଲା।