ରାଜସ୍ଥାନ ବିଧାନସଭାରେ ୫ ପ୍ରତିଶତ ସଂରକ୍ଷଣ ବିଲ୍‌ ପାରିତ ହେବା ପରେ ପଞ୍ଚମ ଦିନରେ ପ୍ରତ୍ୟାହୃତ ହେଲା ଗୁଜ୍ଜର ଅନ୍ଦୋଳନ

ଜୟପୁର: ଗୁଜ୍ଜର ସଂପ୍ରଦାୟ ଓ ଅନ୍ୟ ୪ ଜାତିର ଲୋକଙ୍କ ପାଇଁ ଚାକିରି ଓ ଶିକ୍ଷା କ୍ଷେତ୍ରରେ ୫ ପ୍ରତିଶତ ସଂରକ୍ଷଣ ଲାଗି ଏକ ବିଲ ରାଜସ୍ଥାନ ବିଧାନସଭାରେ ପାରିତ ହେବା ପରେ ପଞ୍ଚମ ଦିନରେ ଗୁଜ୍ଜର ସଂରକ୍ଷଣ ଆନ୍ଦୋଳନକୁ ଆଜି ଅପରାହ୍ନରେ ପ୍ରତ୍ୟାହାର କରି ନିଆଯାଇଛି। ପୂର୍ବରୁ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲତ୍‌ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟି ଅନ୍ଦୋଳନକାରୀଙ୍କ ଦାବି କେନ୍ଦ୍ର ସରକାରଙ୍କୁ ଜଣାଇଥିଲେ। ସମ୍ବିଧାନରେ ସଂଶୋଧନ ହେଲେ ହିଁ ସେମାନଙ୍କ ଦାବି ପୂରଣ ହୋଇପାରିବ ବୋଲି କହିବା ସହ ଆନ୍ଦୋଳନକାରୀଙ୍କ ଦାବିକୁ ପୂର୍ଣ୍ଣ ନ୍ୟାୟ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ।

ଉଲ୍ଲେଖଯୋଗ୍ୟ, ଶିକ୍ଷା ଏବଂ ଚାକିରି କ୍ଷେତ୍ରରେ ୫ ପ୍ରତିଶତ ସଂରକ୍ଷଣ ଦାବି କରି ରାଜସ୍ଥାନର ଗୁଜ୍ଜର ସଂପ୍ରଦାୟ ଓ ଅନ୍ୟ ୪ ଜାତି ଗତ ୫ ଦିନ ହେଲା ସ୍ୱାମୀମାଧପୁର ଜିଲ୍ଲାର ରେଳ ଲାଇନ୍‌ରେ ଧାରଣ ଦେଇଥିଲେ। କେବଳ ସେତିକି ନୁହେଁ, ଅନେକ ସ୍ଥାନରେ ରାସ୍ତା ରୋକ ହେବା ସହ ବିଭିନ୍ନ ଟ୍ରେନ୍‌ ବି ବାତିଲ୍‌ ହୋଇଥିଲା। ଆନ୍ଦୋଳନ ପାଇଁ ବହୁ ଧନସମ୍ପତ୍ତି ନଷ୍ଟ ହୋଇଥିବା ବି ସୂଚନା ରହିଛି।

ସମ୍ବନ୍ଧିତ ଖବର