ଦିଲ୍ଲୀରେ ୫ ଦିନିଆ ଆଦିବାସୀ ଚିତ୍ରକଳା ପ୍ରଦର୍ଶନୀ

ନୂଆଦିଲ୍ଲୀ : ଓଡ଼ିଶା ଲଳିତ କଳା ଏକାଡେମି ପକ୍ଷରୁ ଆଦିବାସୀ ଚିତ୍ରକଳା ପ୍ରଦର୍ଶନୀ ଦିଲ୍ଲୀର ଇଣ୍ଡିଆ ହାବିଟାଟ୍‌ ସେଣ୍ଟରର ଭିଜୁଆଲ୍‌ ଆର୍ଟ ଗ୍ୟାଲେରିରେ ଆରମ୍ଭ ହୋଇଛି। ୫ ଦିନିଆ ଏହି ପ୍ରଦର୍ଶନୀକୁ ଆଜି ସଂଧ୍ୟାରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ମଧୁସୂଦନ ପାଢ଼ୀ ଉଦ୍‌ଘାଟନ କରିଛନ୍ତି। ପ୍ରଦର୍ଶନୀରେ ଓଡ଼ିଶାର ୪୦ ଜଣ ଆଦିବାସୀ କଳାକାରଙ୍କ ୪୦ଟି ଚିତ୍ରକଳା ପ୍ରଦର୍ଶିତ ହୋଇଛି।

ଦିଲ୍ଲୀରେ ପ୍ରଥମ ଥର ପାଇଁ ଏହି ଭଳି ଏକ ପ୍ରଦର୍ଶନୀର ଆୟୋଜିତ ହୋଇଛି। ଚିତ୍ରକଳା‌ରେ ଆଦିବାସୀମାନଙ୍କ କଳା ଓ ସଂସ୍କୃତିର ଝଲକ ରହିଛି। ଚିତ୍ରକଳାଗୁଡ଼ିକର ମୂଲ୍ୟ ୨୦ ହଜାର ଟଙ୍କାରୁ ଲକ୍ଷେ ଟଙ୍କା ପର୍ଯ୍ୟନ୍ତ ରହିଛି। ଏହା ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରର କଳା ଓ ସଂସ୍କୃତିପ୍ରେମୀମାନଙ୍କ ଦ୍ବାରା ଆଦୃତ ଲାଭକରିବ ବୋଲି ଆୟୋଜକମାନେ ଆଶା ବ୍ୟକ୍ତ କରିଛନ୍ତି। ସମାରୋହରେ ଓଡ଼ିଶା ଲଳିତ କଳା ଅକାଡେମିର ସଭାପତି ସୁଦର୍ଶନ ପଟ୍ଟନାୟକ, ବିଶିଷ୍ଟ ଶିଳ୍ପୀ ଗଜେନ୍ଦ୍ର ପ୍ରସାଦ ସାହୁ ଉପସ୍ଥିତ ଥିଲେ। ପ୍ରଦର୍ଶନୀ ଅଗଷ୍ଟ ୨୬ ପର୍ଯ୍ୟନ୍ତ ଚାଲିବ।

ସମ୍ବନ୍ଧିତ ଖବର