ବନ୍ଧୁମାନେ ମାରି ଯମୁନାରେ ଫିଙ୍ଗିଦେଇଥିଲେ, ପାଞ୍ଚ ଦିନ ପରେ ଯୁବକଙ୍କ ମୃତଦେହ ଉଦ୍ଧାର

ନୂଆଦିଲ୍ଲୀ : ପୂର୍ବ ଦିଲ୍ଲୀର ଡାଲୁପୁରାର ଜଣେ ୨୮ବର୍ଷୀୟ ଯୁବକ ନିଖୋଜ ହେବାର ପାଞ୍ଚ ଦିନ ପରେ ପୁଲିସ ସୋମବାର ଯମୁନାରୁ ତାଙ୍କ ମୃତଦେହ ଉଦ୍ଧାର କରିଛି।

ମୃତକ ଓମ୍‌ କୁମାରଙ୍କୁ ତାଙ୍କ ବନ୍ଧୁ କାର୍ତ୍ତିକ ଏବଂ ରବି ନଦୀରେ ଫିଙ୍ଗି ଦେଇଥିବା ଅଭିଯୋଗ ହୋଇଛି। ପୁଲିସ ଅଭିଯୁକ୍ତ କାର୍ତ୍ତିକକୁ ଗିରଫ କରିଥିବାବେଳେ ରବି ଫେରାର ଅଛି।

ପୁଲିସ ସୂଚନାନୁସାରେ, ନଭେମ୍ବର ୨୫ରେ କୁମାରଙ୍କ ପରିବାର ପୁଲିସକୁ ଣାଇଥିଲେ ଯେ ୨୩ ତାରିଖରେ ସେ ଘରୁ ଯିବା ପରେ ଆଉ ଫେରି ନଥିଲେ। ୨୮ ତାରିଖରେ କୁମାରଙ୍କ ମୃତଦେହ ଚହଲା ନିକଟ ଯମୁନା ନଦୀରୁ ଉଦ୍ଧାର କରାଯାଇଥିଲା। ପୁଲିସ ଜାଣିବାକୁ ପାଇଲା ଯେ କୁମାରଙ୍କୁ କାର୍ତ୍ତିକଙ୍କ ସହ ଶେଷ ଥର ପାଇଁ ଦେଖାଯାଇଥିଲା। ତେଣୁ ତାଙ୍କୁ ପଚରାଉଚରା କରାଯାଇଥିଲା। କାର୍ତ୍ତିକ ଏହି ମାମଲାରେ ବାରମ୍ବାର ତାଙ୍କ ବୟାନ ବଦଳାଇ ଚାଲିଥିଲେ। ଘଟଣା ଦିନ କୁମାର ମୋଟରସାଇକେଲରେ ଆସିଥିଲେ। ରବି ସହ ସେମାନେ ମଦ ପିଇଥିଲେ। କୌଣସି କାରଣରୁ ତିନିଜଣଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ସେମାନେ ରାଗିଯାଇ କୁମାରଙ୍କୁ ନଦୀକୁ ଫିଙ୍ଗି ଦେଇଥିଲେ। ମାମଲାରୁ ଖସିବା ପାଇଁ ସେମାନେ କାର୍ତ୍ତିକ ତାଙ୍କ କାରକୁ ନଦୀ ଭିତରକୁ ନେଇଯାଇଥିଲେ। ପୁଲିସ କାର୍ତ୍ତିକକୁ ଗିରଫ କରିଛି। ରବିକୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଛି।

ସମ୍ବନ୍ଧିତ ଖବର