କୋଲକାତା: ପଶ୍ଚିମବଙ୍ଗର କୁଚବିହାର ଜିଲ୍ଲାରେ ରବିବାର ଏକ ଅଭାବନୀୟ ଘଟଣା ଘଟିଛି। ବିଦ୍ୟୁତ୍ ଆଘାତ ଲାଗି ୫ ଜଣ ଲୋକଙ୍କର ମୃତ୍ୟୁ ହୋଇଥିବାବେଳେ ୩ ଜଣ ଗୁରୁତର ଆହତ ହୋଇଛନ୍ତି। କୁଚବିହାରର ହିନହାଟାରେ ଶାସ୍ଥିଆ ଗାଁରେ ରବିବାର ଅପରାହ୍‌ଣରେ ଏହି ଦୁର୍ଘଟଣା ଘଟିଥିଲା। ପଥର ଚିପ୍‌ ପ୍ରସ୍ତୁତକାରୀ ଫ୍ୟାକ୍ଟ୍ରିରେ ଏହି ଲୋକମାନେ କାମ କରୁଥିଲେ। ୱେଲ୍ଡିଂ ମେସିନରୁ ଲୁହା ରଡ଼ ବାହାର କରିବାକୁ କେହି ଭୁଲି ଯାଇଥିବାରୁ ଶ୍ରମିକମାନଙ୍କୁ ବିଦ୍ୟୁତ୍ ଆଘାତ ଲାଗିଥିଲା। ଘଟଣାସ୍ଥଳରେ ୫ ଜଣଙ୍କର ମୃତ୍ୟୁ ହୋଇଥିଲା। ବିଦ୍ୟୁତ୍ ଆଘାତ ଏତେ ଜୋରଦାର ଥିଲା ଯେ, ମୃତଦେହରୁ ବହୁ ସମୟ ପର୍ଯ୍ୟନ୍ତ ଧୂଆଁ ବାହାରୁଥିବା ଦେଖିବାକୁ ମିଳିଥିଲା। ଆହତମାନଙ୍କୁ ଦିନହାଟା ସବ୍‌ଡିଭିଜନ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ପୁଲିସ ଘଟଣାର ତଦନ୍ତ କରୁଛି। ପୁଲିସ ସୂଚନା ଅନୁଯାୟୀ, ମୃତକ ମୁକୁଲ ବର୍ମନ, ରାଜୁ ସେନ୍‌, ମିଥୁନ୍‌ ପାଲ, ସୁମନ ଓ ସଞ୍ଜୟ ବର୍ମନ ଫ୍ୟାକ୍ଟ୍ରିରେ ମିସ୍ତ୍ରୀ ଭାବେ କାମ କରୁଥିଲେ।

Advertisment