ବିଶାଖାପାଟନମ୍: ଆନ୍ଧ୍ରପ୍ରଦେଶ ଏକ ଫାର୍ମା କମ୍ପାନୀ ଲ୍ୟାବରେ ଅଗ୍ନିକାଣ୍ଡ ଘଟି ୫ ଜଣ ଜଳିଯାଇଥିବା ସୂଚନା ମିଳିଛି। ଏଥିସହିତ ଅନ୍ୟ କେତେ ଜଣ ପୋଡିଯାଇ ଗୁରୁତର ହୋଇପଡିଛନ୍ତି। ସେମାନଙ୍କୁ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ନିଆଁ ଲାଗିବାର ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିଥିବା ଜଣାପଡିଛି। ସର୍ଟସର୍କିଟରୁ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି। ସ୍ଥାନୀୟ ପୁଲିସ ଘଟଣାର ତଦନ୍ତ କରୁଛି।
ମିଳିଥିବା ସୂଚନା ଅନୁସାରେ ଆନ୍ଧ୍ରପ୍ରଦେଶର ଅଙ୍କାପାଲ୍ ଜିଲ୍ଲାର ଏକ ଫାର୍ମା ଲ୍ୟାବ କମ୍ପାନୀରେ ସୋମବାର ଦିନ ରକ୍ଷଣାବେକ୍ଷଣ କାର୍ଯ୍ୟ ଚାଲିଥିବା ବେଳେ ଏହି ଅଘଟଣ ଘଟିଥିଲା। କର୍ମଚାରୀମାନେ ୟୁନିଟ୍ ସଫା କରୁଥିବାବେଳେ ସୋମବାର ରାତିରେ ସର୍ଟ ସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ଘଟିଥିବା ସୂଚନା ମିଳିଛି।