ଗୋଟିଏ ପରିବାରରେ ୫ ଜଣଙ୍କ ସନ୍ଦେହଜନକ ମୃତ୍ୟୁ

ନୂଆଦିଲ୍ଲୀ : ଉତ୍ତରପୂର୍ବ ଦିଲ୍ଲୀର ଭଜନପୁର ଅଞ୍ଚଳରେ ଆଜି ଏକ ଅଭାବନୀୟ ଘଟଣା ଲୋକଲୋଚନକୁ ଆସିଛି। ଗୋଟିଏ ପରିବାରରେ ୫ ଜଣଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ୩ ଜଣ ଶିଶୁ ଅଛନ୍ତି। ଆଜି ପୂର୍ବାହ୍ନ ୧୧.୩୦ରେ ପୁଲିସକୁ ଏନେଇ ସୂଚନା ମିଳିଥିଲା। ତେବେ କେଉଁଦିନ ଏହି ୫ ଜଣଙ୍କ ମୃତ୍ୟୁ ହୋଇଛି ତାହା ସ୍ପଷ୍ଟ ହୋଇନାହିଁ। ଘର ମଧ୍ୟରୁ ପଚା ଦୁର୍ଗନ୍ଧ ଆସିବାପରେ ସ୍ଥାନୀୟ ଲୋକେ ପୁଲିସରେ ଖବର ଦେଇଥିଲେ। ଘରର କବାଟ ବାହାର ପଟୁ ବନ୍ଦ ଥିବାରୁ ଏହା ଆତ୍ମହତ୍ୟା କି ହତ୍ୟା ସ୍ପଷ୍ଟ ଜଣାପଡ଼ିନାହିଁ । ମୃତକମାନଙ୍କୁ ଯଥାକ୍ରମେ ଶମ୍ଭୁ କୁମାର (୪୫) ନାମକ ଜଣେ ଇ-ରିକ୍ସା ଡ୍ରାଇଭର, ତାଙ୍କ ପତ୍ନୀ ସୁନୀତା (୩୮), ଏବଂ ୩ ପିଲା ଶିବମ (୧୮), ସଚିନ (୧୬) ଏବଂ କୋମଲ (୧୨) ବୋଲି ଚିହ୍ନଟ କରାଯାଇଛି।

ସମ୍ବନ୍ଧିତ ଖବର