ତାଳଚେର ସମେତ ୫ଟି ସାର କାରଖାନାର ପୁନରୁଦ୍ଧାର କରାଯିବ

ନୂଆଦିଲ୍ଲୀ: ଦେଶରେ ବନ୍ଦ ପଡିରହିଥିବା ୫ଟି ସାର କାରଖାନକୁ ସରକାର ପୁନରୁଦ୍ଧାର କରିବା ଲାଗି ନିଷ୍ପତ୍ତି କରିଛନ୍ତି । ଫର୍ଟିଲାଇଜର କର୍ପୋରେସନ ଅଫ ଇଣ୍ଡିଆ ଲିମିଟେଡ (ଏଫସିଆଇଏଲ) ଅଧୀନରେ ଥିବା ତାଳଚେର, ରାମଗୁଣ୍ଡମ, ଗୋରଖପୁର ଏବଂ ସିନ୍ଦ୍ରୀ ସହିତ ହିନ୍ଦୁସ୍ତାନ ଫର୍ଟିଲାଇଜର କର୍ପୋରେସନ ଲିମିଟେଡ (ଏଫସିଆଇଏଲ) ଅଧୀନରେ ଥିବା ବରୌନୀ ସାର କାରଖାନାର ପୁନରୁଦ୍ଧାର କରାଯିବ । ମନୋନୀତ ରାଷ୍ଟ୍ରାୟତ ଉଦ୍ୟୋଗଗୁଡିକୁ ନେଇ ଯୌଥ ଉଦ୍ୟୋଗ ଗଠନ କରାଯାଇ ବାର୍ଷିକ ୧୨.୭ ଲକ୍ଷ ମେଟ୍ରିକ ଟନ ଉତ୍ପାଦନ କ୍ଷମତା ବିଶିଷ୍ଟ ୟୁରିଆ ଆମୋନିଆ କାରଖାନା ପ୍ରତିଷ୍ଠା କରାଯିବ । ସେପ୍ଟେମ୍ବର ୨୦୨୩ ସୁଦ୍ଧା ଏଗୁଡିକ କାର୍ଯ୍ୟକ୍ଷମ ହେବ ବୋଲି ଆଶା କରାଯାଉଛି ।

ଏହି କାରଖାନାଗୁଡିକୁ ପୁନରୁଦ୍ଧାର କରାଯିବା ଦ୍ୱାରା ୟୁରିଆର ସ୍ୱଦେଶୀ ଉତ୍ପାଦନ ବାର୍ଷିକ ୬୩.୫ ଲକ୍ଷ ମେଟ୍ରିକ ଟନକୁ ବୃଦ୍ଧି ପାଇବା ସହିତ ୟୁରିଆ ଆମଦାନୀ ହ୍ରାସ ପାଇବ ।
ରାଜ୍ୟସଭାରେ ଏକ ପ୍ରଶ୍ନର ଲିଖିତ ଉତ୍ତରରେ ଗତକାଲି କେନ୍ଦ୍ର ରସାୟନ ଓ ସାର ମନ୍ତ୍ରୀ ଡି.ଭି.ସଦାନନ୍ଦ ଗୌଡା ଏହି ସୂଚନା ଦେଇଛନ୍ତି ।

ସମ୍ବନ୍ଧିତ ଖବର