ଟରଣ୍ଟୋ: ସେପ୍ଟେମ୍ବର ୮ରୁ ୧୮ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା  ‘ଟରଣ୍ଟୋ ଆନ୍ତର୍ଜାତିକ ଚଳଚ୍ଚିତ୍ର ଉତ୍ସବ ୨୦୨୨’ରେ (ଟିଆଇଏଫ୍‌ଏଫ୍‌) ୫ଟି ଭାରତୀୟ ଚଳଚ୍ଚିତ୍ର ପ୍ରଦର୍ଶନ କରାଯିବ। ‘ଗ୍ରେଟର୍‌ ଟରଣ୍ଟୋ ଏରିଆ’ରେ ବହୁସଂଖ୍ୟକ ଭାରତୀୟ-କାନଡୀୟ ଜନତା ବାସ କରୁଥିବାରୁ ଭାରତୀୟ ଚଳଚ୍ଚିତ୍ର ପ୍ରତି ସେମାନେ ବିଶେଷ ଆଗ୍ରହ ଦେଖାଇବେ।

Advertisment

ଏହି ଉତ୍ସବରେ ପ୍ରଥମେ ପ୍ରଦର୍ଶନ କରାଯିବ ଶୁଭମ୍‌ ଯୋଗୀଙ୍କ ନିର୍ଦେଶିତ ଚଳଚ୍ଚିତ୍ର ‘କଚ୍ଚେ ଲିମ୍ବୁ’। ଏହି ଚଳଚ୍ଚିତ୍ର ପୃଷ୍ଠଭୂମୀ କ୍ରିକେଟ୍‌ ଖେଳ ଏବଂ ଏଥିରେ ରାଧିକା ମଦନଙ୍କ ଅଭିନୟ ଥିବା କଥା ନିର୍ମାତା କହିଛନ୍ତି। ‘ଟିଆଏଫ୍‌ଏଫ୍‌’ କହିଛି, ଏହି ଚଳଚ୍ଚିତ୍ର ଗୋଟାଏ ପୁରାତନ କ୍ରୀଡ଼ାକୁ ନୂଆ ଢଙ୍ଗରେ ଖେଳାଯିବା ଉପରେ ହେଉ କି, ଲିଙ୍ଗ ବୈଷମ୍ୟକୁ ଚାଲେଞ୍ଜ୍‌ କରାଯିବା ଉପରେ ହେଉ, ଅଥବା ଆପଣ କ’ଣ ହେବେ ସେ ବିଷୟରେ ଆପଣଙ୍କ ମନୋଭାବ ପରବର୍ତ୍ତନ କରାଯିବା ଉପରେ ପର୍ଯ୍ୟବେଶିତ ହେଉ। ଯାହା ହେଉ ପଛେ ଚଳଚ୍ଚିତ୍ରଟି ସମ୍ଭାବନାକୁ ଆଦରି ନେବା ଉପରେ ପର୍ଯ୍ୟବେଶିତ। ଏଥିରେ ବିଜୟକୁ ନୁହେଁ, ଖେଳର ବିମଳ ଆନନ୍ଦକୁ ରୂପାୟିତ କରାଯାଇଛି।

ଅନ୍ୟ ଚଳଚ୍ଚିତ୍ରଟି ହେଉଛି, ନିର୍ଦେଶିକା ନନ୍ଦିତା ଦାସ ‘ଜ୍ବିଗାଟୋ’। ଏଥିରେ ଭାରତୀୟ ହାସ୍ୟଅଭିନେତା କପିଲ୍‌ ଶର୍ମା ଗୋଟାଏ ‘ଫୁଡ୍‌ ଡେଲିଭରି ଆପ୍‌’ର ଡ୍ରାଇଭର୍‌ ଭୂମିକାରେ ଅଭିନୟ କରିଛନ୍ତି। ଏହି ଚଳଚ୍ଚିତ୍ରଟି କୋଭିଡ୍‌-୧୯ ସମୟର ‘ଗିଗ୍‌ ଇକୋନୋମି’ ପ୍ରତି ବିଦ୍ରୂପ ଏବଂ କର୍ମଚାରୀମାନଙ୍କର ଅଧିକାର ଏବଂ ଏକତା ବୋଲି ‘ଟିଆଇଏଫ୍‌ଏଫ୍‌’ କହିଛି।

publive-image Image Courtesy of First Post

ସେହିପରି, ଜାତୀୟ ପୁରସ୍କାର ବିଜୟୀ ରିମା ଦାସଙ୍କ ‘ଟୋରାଜ୍‌ ହଜ୍‌ବ୍ୟାଣ୍ଡ୍‌’ ମଧ୍ୟ ଏଥିରେ ପ୍ରଦର୍ଶନ କରାଯିବ। ଏହା କୋଭିଡ୍‌-୧୯ ମହାମାରୀ ସମୟର ସମ୍ମାନଜନକ ‘ପ୍ଲାଟଫର୍ମ ସେକ୍ସନ୍‌’ ଉପରେ ପର୍ଯ୍ୟବେଶିତ। ‘ଟିଆଇଏଫ୍‌ଏଫ୍‌’ କହିଛି, ଏହି ପ୍ରାମାଣିକ ଚଳଚ୍ଚିତ୍ରଟି ଭାରତ ସହିତ ଜଡ଼ିତ ଥିଲେ ବି ଏହାର ତଥ୍ୟାବଳୀ ରୁଷ୍‌ଠାରୁ ଆରମ୍ଭ କରି ଆମେରିକା ଭଳି ଦେଶ ପ୍ରତି ପ୍ରଯୁଜ୍ୟ।

ଏହାଛଡ଼ା, ୧୯୯୧ରେ ନିର୍ମିତ ପ୍ରଖ୍ୟାତ ନିର୍ଦେଶକ ସତ୍ୟଜିତ ରାୟଙ୍କ ଶେଷ ପୂର୍ଣ୍ଣାଙ୍ଗ ଚଳଚ୍ଚିତ୍ର ‘ଆଗନ୍ତୁକ’ ମଧ୍ୟ ଏହି ଉତ୍ସବରେ ପ୍ରଦର୍ଶନ କରାଯିବ। ବିଶ୍ବ ପ୍ରିମିୟର୍‌ ଲାଗି ‘ନ୍ୟାସ୍‌ନାଲ୍‌ ଫିଲ୍ମ ଡେଭ୍‌ଲପ୍‌ମେଣ୍ଟ୍‌ କର୍ପୋରେସନ୍‌ ଅଫ୍‌ ଇଣ୍ଡିଆ’ ଏବଂ ‘ନ୍ୟାସ୍‌ନାଲ୍‌ ଫିଲ୍ମ ଆର୍କାଇଭ୍‌ ଅଫ୍‌ ଇଣ୍ଡିଆ’ ସୌଜନ୍ୟରୁ ଉକ୍ତ ଚଳଚ୍ଚିତ୍ରର ଅତି ଉନ୍ନତମାନର ‘ଡିଜିଟାଲ୍‌’ ସଂରକ୍ଷଣ କରାଯାଇଛି।

୫ମ ଚଳଚ୍ଚିତ୍ରଟି ଔପଚାରିକ ଭାବେ କାନଡୀୟ ପ୍ରଯୋଜନା ହୋଇଥିଲେ ବି ଭାରତର ଘଟଣାକୁ ଭିତ୍ତି କରି ଏହର ନିର୍ମାଣ କରାଯାଇଛି। ସେ ଚଳଚ୍ଚିତ୍ରଟି ହେଉଛି ନୂଆଦିଲ୍ଲୀରେ ଜନ୍ମିତ ନିର୍ଦେଶକ ନିଶା ପାହୁଜାଙ୍କ ବୃତ୍ତଚିତ୍ର ‘ଟୁ କିଲ୍‌ ଏ ଟାଇଗର୍‌’। ବିଚାର ପାଇଁ ସଂଗ୍ରାମରତ ୩ଜଣ ବ୍ୟକ୍ତିଙ୍କଦ୍ବାରା ଦୁଷ୍କର୍ମର ସରବ୍ୟ ହୋଇଥିବା ୧୩ ବର୍ଷୀୟ ଝାଡ଼ଖଣ୍ଡୀ ବାଳିକାଙ୍କ ପରିବାର ଉପରେ ଏହି ଚଳଚ୍ଚିତ୍ରର କାହାଣୀ ପର୍ଯ୍ୟବେଶିତ। ‘ଟିଆଏଫ୍‌ଏଫ୍‌’ କହିଛି, ଚଳଚ୍ଚିତ୍ରଟି ହତାଶାଜନକ ହୋଇଥିଲେ ବି ସାହାସିକ।