ଶ୍ରୀଲଙ୍କା ନୌସେନା ଗୁଳିମାଡ଼ରେ ୫ ଭାରତୀୟ ମତ୍ସ୍ୟଜୀବୀ ଆହତ, ଶ୍ରୀଲଙ୍କା ହାଇକମିସନରଙ୍କୁ ସମନ କଲା ଭାରତ

Advertisment

ଶ୍ରୀଲଙ୍କା ନୌସେନା ଗୁଳିମାଡ଼ରେ ଆଜି ୫ ଭାରତୀୟ ମତ୍ସ୍ୟଜୀବୀ ଆହତ ହୋଇଛନ୍ତି।  ଆହତ ମତ୍ସ୍ୟଜୀବୀଙ୍କ ମଧ୍ୟରୁ ଦୁଇ ଜଣଙ୍କ ଅବସ୍ଥା‌ ସଙ୍କଟାପନ୍ନ ଥିବା ଜଣାପଡ଼ିଛି। ଉକ୍ତ ଘଟଣାକୁ ତୀବ୍ର ବିରୋଧ କରିଛି ଭାରତ।

ଶ୍ରୀଲଙ୍କା ନୌସେନା ଗୁଳିମାଡ଼ରେ ଆଜି ୫ ଭାରତୀୟ ମତ୍ସ୍ୟଜୀବୀ ଆହତ ହୋଇଛନ୍ତି।  ଆହତ ମତ୍ସ୍ୟଜୀବୀଙ୍କ ମଧ୍ୟରୁ ଦୁଇ ଜଣଙ୍କ ଅବସ୍ଥା‌ ସଙ୍କଟାପନ୍ନ ଥିବା ଜଣାପଡ଼ିଛି। ଉକ୍ତ ଘଟଣାକୁ ତୀବ୍ର ବିରୋଧ କରିଛି ଭାରତ।

fbbv

ନୂଆଦିଲ୍ଲୀ: ଶ୍ରୀଲଙ୍କା ନୌସେନା ଗୁଳିମାଡ଼ରେ ଆଜି ୫ ଭାରତୀୟ ମତ୍ସ୍ୟଜୀବୀ ଆହତ ହୋଇଛନ୍ତି।  ଆହତ ମତ୍ସ୍ୟଜୀବୀଙ୍କ ମଧ୍ୟରୁ ଦୁଇ ଜଣଙ୍କ ଅବସ୍ଥା‌ ସଙ୍କଟାପନ୍ନ ଥିବା ଜଣାପଡ଼ିଛି। ଉକ୍ତ ଘଟଣାକୁ ତୀବ୍ର ବିରୋଧ କରିଛି ଭାରତ। ବିଦେଶ ବ୍ୟାପାର ମନ୍ତ୍ରାଳୟ ପକ୍ଷରୁ ଏନେଇ ନୂଆଦିଲ୍ଲୀ ସ୍ଥିତ ଶ୍ରୀଲଙ୍କାର କାର୍ଯ୍ୟକାରୀ ହାଇକମିସନରଙ୍କୁ ସମନ କରାଯାଇଛି ଏବଂ ଶୀର୍ଷ କୂଟନୀତିଜ୍ଞଙ୍କ ସାମ୍ନାରେ ଉକ୍ତ ଘଟଣାକୁ କଡ଼ା ବିରୋଧ କରାଯାଇଛି। ଡେଲଫ୍‌ଟ ଦ୍ବୀପରେ ଶ୍ରୀଲଙ୍କା‌ ନୌସେନା ଗୁଳିମାଡ଼ରେ ୫ ଜଣ ଭାରତୀୟ  ମତ୍ସ୍ୟଜୀବୀ ଆହତ ହୋଇଥିବା ବିଦେଶ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି।  ‌ତେବେ ଭାରତ କହିଛି ଯେ କୌଣସି ପରିସ୍ଥିତିରେ ମଧ୍ୟ ମତ୍ସ୍ୟଜୀବୀଙ୍କ ବିରୋଧରେ ଶ୍ରୀଲଙ୍କା ସେନାର ଏଭଳି ବ୍ୟବହାର ଗ୍ରହଣୀୟ ନୁହେଁ।

ଡେଲଫ୍‌ଟ ଦ୍ବୀପ ଅଞ୍ଚଳରେ  ଭାରତୀୟ ମତ୍ସ୍ୟଜୀବୀଙ୍କ ଉପରକୁ ଆଜି ସକାଳେ ଗୁଳିମାଡ଼ ହୋଇଥିଲା ଏବଂ ଏଭଳି ଘଟଣା ଅତ୍ୟନ୍ତ ବିରଳ। ଆହତମାନେ ଜାଫ୍‌ନା ଟିଚିଂ ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଅଛନ୍ତି।  ଅନ୍ୟ ୩ ମତ୍ସ୍ୟଜୀବୀ ସାମାନ୍ୟ ଆହତ ହୋଇଛନ୍ତି।  ଇତିମଧ୍ୟରେ ଜାଫନାରେ ଭାରତୀୟ ଦୂତାବାସ ଅଧିକାରୀମାନେ ହସ୍ପିଟାଲରେ ଆହତ ମତ୍ସ୍ୟଜୀବୀଙ୍କୁ ଭେଟିଛନ୍ତି ଏବଂ ସେମାନଙ୍କ ପରିବାର ସଦସ୍ୟଙ୍କୁ ସମସ୍ତ  ସହଯୋଗ କରାଯିବ ବୋଲି କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe