ଫେସ୍‌ବୁକ୍‌ରେ ସମ୍ବେଦନଶୀଳ ଟିପ୍ପଣୀ ଦେଇଥିବାରୁ ଜମ୍ମୁ-କଶ୍ମୀର ୫ ଯୁବକଙ୍କୁ ଅଟକ ରଖିଲା ପୁଲିସ

ଜମ୍ମୁ : ଫେସ୍‌ବୁକ୍‌ରେ ସମ୍ବେଦନଶୀଳ ଟିପ୍ପଣୀ ଦେଇଥିବାରୁ ରଜୌରୀ ଓ ପୁଞ୍ଚ ଜିଲ୍ଲାର ୫ଜଣ ଯୁବକଙ୍କୁ ଅଟକ ରଖିଛି ପୁଲିସ । ୫ଜଣ ଜମ୍ମୁ-କଶ୍ମୀରରେ ରହୁ ନ ଥିଲେ ମଧ୍ୟ ନିଜ ନିଜର ଅକାଉଣ୍ଟ ଜରିଆରେ ସମ୍ବେଦନଶୀଳ ଟିପ୍ପଣୀ ଦେବାରେ ଲାଗି ପଡ଼ିଥିଲେ । ରଜୌରୀର ବରିଷ୍ଠ ପୁଲିସ ଅଧ୍ୟୀକ୍ଷକ ଯୁଗଲ ମାନ୍‌ହାଂସଙ୍କ କହିବା ଅନୁଯାୟୀ, ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମକୁ ନିୟମିତ ଭାବେ ଚେକ୍‌ କରା ଯାଇଥାଏ । ଚେକ୍‌ କରାଯିବା ସମୟରେ ଆମ ଆଖି ଆଗକୁ ୫ଟି ଫେସ୍‌ବୁକ୍‌ ଆକାଉଣ୍ଟ ଆସିଥିଲା, ଯେଉଁଥିରେ ବାରମ୍ବାର ସମ୍ବେଦନଶୀଳ ଟିପ୍ପଣୀ ସେୟାର କରାଯାଇଥିବା ଦେଖାଯାଇଥିଲା । ଏହାକୁ ଦେଖି ଆମେ ତୁରନ୍ତ ୫ଜଣ ଯୁବକଙ୍କ ସନ୍ଧାନ କରିବା ସହ ଏବେ ତାଙ୍କୁ ଅଟକ ରଖି ପଚରାଉଚରା କରୁଛୁ ।

Image result for Five Jammu and Kashmir residents booked for posting 'sensitive remarks' on Facebook
The Financial Express

ଅଟକ ରଖାଯାଇଥିବା ଯୁବକମାନେ ହେଲେ, ରଜୌରୀର ଜାହିର୍‌ ଚୌଧୁରୀ କଲାସ, ପୁଞ୍ଚର ଜାକିର ଶାହା ବୁଖାରି, ରଜୌରୀର ଇମ୍ରାନ କାଜି, ପୁଞ୍ଚର ନାଜିକ୍‌ ହୁସେନ୍‌ ଏବଂ ସର୍ଦ୍ଦାର ତାରିକ୍‌ ଖାନ୍‌ । ପୁଲିସ ଏହି ୩ଜଣଙ୍କ ବିରୋଧରେ ମାମଲା ରୁଜୁ କରିବା ସହ ତଦନ୍ତ ଆରମ୍ଭ କରିଥିବା ଜଣା ପଡ଼ିଛି । ଖୁବ୍‌ ଶୀଘ୍ର ଅଭିଯୁକ୍ତମାନଙ୍କର ପାସପୋର୍ଟ ରଦ୍ଦ କରି ଦିଆଯିବା ନେଇ ପୁଲିସ ସୂଚନା ଦେବା ସହ ସୋସିଆଲ ମିଡିଆକୁ ଠିକ୍‌ ବାଟରେ ବ୍ୟବହାର କରିବା ପାଇଁ ପରାମର୍ଶ ଦେଇଛି।

ସମ୍ବନ୍ଧିତ ଖବର