ମୁକ୍ତ ହେଲେ ୫ ଜମ୍ମୁ କାଶ୍ମୀର ରାଜନେତା

ନୂଆଦିଲ୍ଲୀ : ଜମ୍ମୁ କାଶ୍ମୀର ପ୍ରଶାସନ ଆଜି ୫ ରାଜନେତାଙ୍କୁ ଅଟକ କେନ୍ଦ୍ରରୁ ମୁକ୍ତ କରିଛନ୍ତି। ଅଟକ କେନ୍ଦ୍ରରେ ପ୍ରାୟ ୫ ମାସରୁ ଅଧିକ ଦିନ ରହିବାପରେ ୩ ଜଣ ପୂର୍ବତନ ବିଧାୟକଙ୍କ ସମେତ ସମୁଦାୟ ୫ ଜଣ ଅଟକ‌ କେନ୍ଦ୍ରରୁ ମୁକ୍ତ ହୋଇଛନ୍ତି। ଉକ୍ତ ୫ ନେତାଙ୍କ ମଧ୍ୟରୁ ୩ ଜଣ ଏନ୍‌ସିର ଏବଂ ଅନ୍ୟ ୨ ଜଣ ପିଡିପିର। ଆଜି ମୁକ୍ତ ହୋଇଥିବା ୫ ନେତା ହେଉଛନ୍ତି ସଲମାନ ସାଗର (ଏନ୍‌ସି), ନିଜାମୁଦ୍ଦିନ ଭଟ (ପୂର୍ବତନ ପିଡିପି ଏମ୍‌ଏଲସି), ଶୌକାତ ଗାନାଇ (ପୂର୍ବତନ ଏନ୍‌ସି ଏମ୍‌ଏଲସି), ଅତଲଫ୍‌ କାଲ୍ଲୋ (ପୂର୍ବତନ ଏନ୍‌ସି ବିଧାୟକ), ମୁକ୍ତିଆର ବାବା (ପିଡିପି)। ଉକ୍ତ ୫ ଜଣ ନେତା ଏମ୍ଏଲଏ ହଷ୍ଟେଲ୍‌ରେ ବନ୍ଦୀ ଥିଲେ। ସମସ୍ତଙ୍କୁ ମୁକ୍ତ କରାଯାଇଛି। ଉଲ୍ଲେଖଯୋଗ୍ୟ ଗତ ଡିସେମ୍ବର ୩୦ରେ ମଧ୍ୟ ୨ ବିଧାୟକଙ୍କ ସମେତ ସମୁଦାୟ ୫ ଜଣ ରାଜନେତା ମୁକ୍ତ ହୋଇଥିଲେ।

ସମ୍ବନ୍ଧିତ ଖବର