ଭାରତର ଟିକା ପ୍ରମାଣପତ୍ରକୁ ସ୍ୱୀକୃତି ଦେଲେ ମରିସସ୍ ସମେତ ୫ଟି ଦେଶ

ନୂଆଦିଲ୍ଲୀ: ଭାରତର ଟିକା ପ୍ରମାଣପତ୍ରକୁ ସ୍ୱୀକୃତି ଦେଲେ ଆଉ ୫ଟି ଦେଶ। ଏହି ୫ଟି ଦେଶ ମଧ୍ୟରେ ରହିଛନ୍ତି ଇଷ୍ଟୋନିଆ, କିର୍ଗିଜସ୍ଥାନ, ପାଲେଷ୍ଟାଇନ ରାଜ୍ୟ, ମରିସସ୍ ଏବଂ ମୋଙ୍ଗୋଲିଆ। ଏନେଇ ଟୁଇଟ କରି କହିଛନ୍ତି ବୈଦେଶିକ ବ୍ୟାପାର ମନ୍ତ୍ରାଳୟର ମୁଖପାତ୍ର ଅରିନ୍ଦମ ବାଗଚି। କରୋନା ସଂକ୍ରମଣ କମ ହେବା ସହ ଏବେ ଟିକାକରଣ ଶେଷ ପର୍ଯ୍ୟାୟରେ ଥିବା ବେଳେ ବିଭିନ୍ନ ଦେଶ କରୋନା କଟକଣା କୋହଳ କରିଛନ୍ତିି। ଯାତାୟତ ଉପରେ ଲାଗିଥିବା କଟକଣା କୋହଳ ହେବା ସହ ବିିଭିନ୍ନ ଦେଶ ଏବେ ଯାତ୍ରୀଙ୍କ ପ୍ରବେଶକୁ ଅନୁମତି ଦେଇଛନ୍ତି।

ତେବେ ଭାରତରେ ଦିଆଯାଉଥିବା ଦୁଇଟି ଟିକା କୋଭାକ୍ସିନ ଏବଂ କୋଭିସିଲ୍ଡକୁୁ ପ୍ରଥମେ ସ୍ୱୀକୃତି ମିଳିିନଥିବା ବେଳେ ଏବେ ବିଭିନ୍ନ ଦେଶ ଏହି ଦୁଇଟି ଟିକାକୁ ସ୍ୱୀକୃତି ଦେବା ଆରମ୍ଭ କରିଛନ୍ତି। ଏହା ଫଳରେ ଭାରତୀୟଙ୍କୁ ବିଦେଶ ଯାତ୍ରା କରିବା ଏବେ ସହଜ ହୋଇପାରିଛି।

ଏହା ପୂର୍ବରୁ ର୍ଯ୍ୟଟକଙ୍କ ଟିକାକରଣ ସମ୍ବନ୍ଧୀୟ ଅନୁମୋଦିତ ଟିକା ତାଲିକାରେ ଅଷ୍ଟ୍ରେଲିଆ ସରକାର ‘ଭାରତ ବାୟୋଟେକ୍‌’ର କୋଭିଡ୍‌-୧୯ ଟିକା ‘କୋଭାକ୍ସିନ୍‌’କୁ ଅନ୍ତର୍ଭୁକ୍ତ କରିଥିଲେ। ଗତ ମାସରେ ଭ୍ରମଣ ଉଦ୍ଦେଶ୍ୟରେ ଅଷ୍ଟ୍ରେଲିଆ ‘ସିରମ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଇଣ୍ଡିଆ’ର କୋଭିସିଲ୍ଡକୁୁ ଅନୁମୋଦନ ଦେଇଥିଲା।

ସମ୍ବନ୍ଧିତ ଖବର