ଇସ୍ତଫା ଗ୍ରହଣ କରା ନଯିବାରୁ ସୁପ୍ରିମ କୋର୍ଟର ଦ୍ୱାରସ୍ଥ ହେଲେ ୫ଜଣ କଂଗ୍ରେସ ବିଧାୟକ

ବେଙ୍ଗାଲୁରୁ : ବାଚସ୍ପତି ଇସ୍ତଫା ପତ୍ର ଗ୍ରହଣ କରୁ ନଥିବାରୁ କଂଗ୍ରେସର ପାଞ୍ଚ ଜଣ ବିଧାୟକ ଶନିବାର ସୁପ୍ରିମ କୋର୍ଟର ଦ୍ୱାରସ୍ଥ ହୋଇଛନ୍ତି । ଅଯୋଗ୍ୟ ଘୋଷିତ କରିବାର ଧମକ ଦେଇ ସେମାନଙ୍କୁ ସରକାରକୁ ସମର୍ଥନ କରିବାକୁ ବାଧ୍ୟ କରାଯିବା ସହ ବାଚସ୍ପତି କେ.ଆର୍‌. ରମେଶ କୁମାର ତାଙ୍କ ଇସ୍ତଫା ଗ୍ରହଣ କରୁ ନଥିବା ଅଭିଯୋଗ କରିଛନ୍ତି ୫ଜଣ ବିଧାୟକ । ପିଟିସନ ଦାୟର କରିଥିବା ୫ଜଣ ବିଧାୟକ ହେଲେ ଆନନ୍ଦ କୁମାର, କେ ସୁଧାକର, ଏନ୍‌ ନାଗାରାଜୁ, କୁନିରଥନା ଏବଂ ରୋଶନ ବେଗ୍‌ ।

aninews.in

୫ଜଣଙ୍କ କହିବା ଅନୁଯାୟୀ, ଯେତେବେଳେ ଆମେ ଇସ୍ତଫା ପତ୍ର ଦେଇଥିଲୁ, ସେ ସମୟରେ ଅଯୋଗ୍ୟ ଘୋଷିତ କରାଯିବାର କୌଣସି ଯୋଜନା ନଥିଲା । କିନ୍ତୁ ଦଳରୁ ଏତେ ସଂଖ୍ୟକ ବିଧାୟକମାନେ ଇସ୍ତଫା ଦେଉଥିବା ଦେଖି ସେମାନଙ୍କୁ ଡ଼ରାଇବା ପାଇଁ ଦଳ ଏଭଳି ବାଟ ଆପଣାଇଛି । ଗୋଟେ ପଟେ ବାଚସ୍ପତି ଇସ୍ତଫା ଗ୍ରହଣ କରୁ ନଥିବା ବେଳେ ଅନ୍ୟ ପଟେ ବିଧାୟକମାନଙ୍କୁ ଅଯୋଗ୍ୟ ଘୋଷଣା କରାଯିବାର ଧମକ ଦିଆ ଯାଉଛି । କିଛି ବିଧାୟକ ଜୁଲାଇ ୧୦ ତାରିଖରେ ଇସ୍ତଫା ଦେବା ପାଇଁ ବିଧାନସଭାରେ ପହଞ୍ଚିଥିବା ବେଳେ ସେମାନଙ୍କୁ ଅଟକାଇ ମାଡ଼ ମରାଯାଇଥିଲା । ପରେ ପୁଲିସର ସହାୟତାରେ ସେମାନଙ୍କୁ ବାହାରକୁ ଅଣା ଯାଇଥିଲା ।

ସମ୍ବନ୍ଧିତ ଖବର