ମାଲକାନଗିରି: ସୀମାନ୍ତ ଛତିଶଗଡର ସୁକମା ଜିଲ୍ଲାର ଚିନ୍ତାଗୁମ୍ଫା ପୁଲିସକୁ ମିଳିଛି ସଫଳତା। ଜଣେ ମହିଳା ସମେତ ୫ ଜଣ ନକ୍ସଲକୁ ଗିରଫ କରିଛି ପୁଲିସ। ବିଶେଷ ସୂତ୍ରରୁ ଖବର ପାଇ ଜିଲ୍ଲା ପୁଲିସ,ଡିଆରଜି ଯବାନ ଏବଂ ସିଆରପିଏଫ ଯବାନ ଦୁଲେଡ ଅଂଚଳରେ ସର୍ଚ୍ଚ ଅପରେସନ କରୁଥିଲେ। ଦୁଲେଡ ଜଂଗଲରେ ଯବାନଙ୍କୁ ଦେଖି କିଛି ଲୋକ ଦୌଡି ପଳାଇବାକୁ ଚେଷ୍ଟା କରିଥିଲେ। ତୁରନ୍ତ ଯବାନ ଜଂଗଲକୁ ଘେରିବା ସହ ୫ ଜଣଙ୍କ ଗିରଫ କରିଥିଲେ।
ଏହି ଖବର ପଢ଼ନ୍ତୁ: ସରକାର-ନକ୍ସଲ ମଧ୍ୟରେ ଶାନ୍ତିବାର୍ତ୍ତା ପାଇଁ ନକ୍ସଲଙ୍କ ପାଖକୁ ଗଲେ ଯବାନ୍
୫ ଜଣଙ୍କୁ ଗିରଫ ପରେ ସେମାନଙ୍କୁ ପଚରାଉଚରା କରିବା ପରେ ସେମାନେ ନିଜ ନାମ ମୁଚାକି ହୁଙ୍ଗା ଅରଫ ଜଟ୍ଟି(୪୫), କାବାସି ଗଙ୍ଗି(୪୫), ମାଡବି ହିଙ୍ଗା(୪୯), ପୋଡିଆମି ଦେବା(୪୮) ଏବଂ ମୁକେଶ ପୋଡିଆମି(୨୧)। ଏମାନଙ୍କ ମଧ୍ୟରୁ ମୁଚାକି ହୁଙ୍ଗା ଏବଂ କାବାସି ଗାଙ୍ଗୀଙ୍କ ନାମରେ ୨ ଲକ୍ଷ ଲେଖାଏଁ ପୁରସ୍କାର ରହିଥିଲା। ଏମାନେ କୋଣ୍ଟା ଏରିଆ କମିଟି,ବିଜାପୁର ଏରିଆ କମିଟିର ସଦସ୍ୟ ବୋଲି ନିଜର ପରିଚୟ ଦେଇଥିଲେ।
ଏହି ଖବର ପଢ଼ନ୍ତୁ: ପୁଣି ହୋଇପାରେ ବର୍ଷା: ବଢ଼ିଲା ଚାଷୀଙ୍କ ଚିନ୍ତା
ଚିନ୍ତାଗୁମ୍ଫା ଅଂଚଳରେ ଜଣେ ଗ୍ରାମବାସୀକୁ ହତ୍ୟା କରିଥିବା ସ୍ବୀକାର କରିଥିଲେ। ଏଥିସହ ପୁଲିସ ଉପରେ ଆକ୍ରମଣ କରିବା, ନିରୀହ ଲୋକଙ୍କୁ ମାରଧର କରିବା ସହ ବୋମା ଖଞ୍ଜିବା ଭଳି କାମରେ ଲିପ୍ତ ଥିବା କଥା ସ୍ବୀକାର କରିଥିଲେ।
ସୂଚନାଯୋଗ୍ୟ, ଗତ ସପ୍ତାହରେ ସୁକମା ପୁଲିସ ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରିବା ପାଇଁ ବିସ୍ଫୋରକ ନେଉଥିବା ୧୩ ଜଣ ନକ୍ସଲଙ୍କୁ ଗିରଫ କରିବାରେ ସଫଳତା ହାସଲ କରିଥିଲା। ଚିନ୍ତଲନାର ଥାନା ଅଂଚଳର ନକ୍ସଲମାନେ ବୋଲି ପୁଲିସ କହିଥିଲା। ଜିଲ୍ଲା ପୁଲିସ ସହ ସିଆରପିଏଫ ଯବାନ ସର୍ଚ୍ଚ ଅପରେସନ କରିବାକୁ ଚିନ୍ତଲନାର ଥାନା ଅଂଚଳର ଫୁଲନପାଡ ଠାରୁ ତିମାପୁରମ ପର୍ଯ୍ୟନ୍ତ ରହିଥିବା ଜଂଗଲରେ ସର୍ଚ୍ଚ ଅପରେସନ କରୁଥିଲେ। ତେବେ ଏହି ନକ୍ସଲମାନେ ଜଂଗଲରେ ଲୁଚି ଲୁଚି ବିସ୍ଫୋରକ ନେଇ ଯାଉଥିବା ଦେଖିବା ପରେ ଯବାନ ସମସ୍ତଙ୍କୁ ଘେରି ଗିରଫ କରିଥିଲେ।
ଏହି ଖବର ପଢ଼ନ୍ତୁ: ପ୍ରଜ୍ଞାପନ ମେଢ଼କୁ ନେଇ ବିଜେପି ଉପରେ ବର୍ଷିଲେ କେଜ୍ରିୱାଲ
ଏହି ନକ୍ସଲମାନେ ହେଲେ ମାଡବି ଭୀମା(୪୦),ମାଡକମ ବାଜିରାଓ(୫୦), ମାଡବୀ ହୁଙ୍ଗା(୨୪),ସୋଡି ଲଖମା(୨୩),ମାଡକମ ଲଛୁ(୨୮),ସୋଡି ଗଙ୍ଗା(୨୩),ସୋଡି ଦେବା(୨୩),ସୋଡି ମନିଷ(୪୫),ମାଡକମ ସୋନୁ(୫୦),ସୋଡି ଭୀମା(୨୭),ହେମରା ଜଗା(୩୨),ମାଡକମ ନଙ୍ଗା(୪୦) ଏବଂ ସୋଡି ଭିମା(୨୮)। ଗିରଫ ହୋଇଥିବା ନକ୍ସଲମାନେ ବହୁ ହିଂସାରେ ଜଡିତ ଥିବା ପୁଲିସ କହିଛି। ଏମାନଙ୍କ ନିକଟରୁ ଟିଫିନ ବୋମା,ଡିଟୋନେଟର, ବିଦ୍ୟୁତ ତାର,ବ୍ୟାଟେରି ଇତ୍ୟାଦି ପୁଲିସ ଜବତ କରିଛି।
ଏହି ଖବର ପଢ଼ନ୍ତୁ: ପଶ୍ଚିମବଙ୍ଗରେ ଥିବା ବାଘୁଣୀ ଜିନତ ଓଡ଼ିଶା ଫେରିବ
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2024/12/22/Tj2K48eO1fEH1OQVe2Ap.jpg)