୫ ପାକ୍‌ ବୋଟ ଜବତ, ୩ ଗିରଫ

ଅହମଦାବାଦ: ଗୁଜରାଟର କଚ୍ଛ ତଟବର୍ତ୍ତୀ ଆରବ ସାଗର କ୍ରିକ୍‌ ଅଂଚଳରୁ ଆଜି ୫ଟି ପାକିସ୍ତାନୀ ବୋଟ୍‌କୁ ସୀମା ସୁରକ୍ଷା ବାହିନୀ ଜବତ କରିବା ସହ ୩ ଜଣ ପାକିସ୍ତାନୀ ନାଗରିକଙ୍କୁ ଗିରଫ କରିଛନ୍ତି। ଏହି ବୋଟ୍‌ଗୁଡ଼ିକରେ ଥିବା ଅନ୍ୟ ପାକ୍‌ ନାଗରିକଙ୍କ ତଲାସୀ ଚାଲିଛି । ସେମାନେ ଅନ୍ୟ ଏକ ବୋଟ୍‌ରେ ପାକିସ୍ତାନକୁ ପଳାଇଯିବାରେ ସକ୍ଷମ ହୋଇଥିବା କୁହାଯାଉଛି । ଭାରତୀୟ ଜଳରାଶିରେ ପାକ୍‌ ମତ୍ସ୍ୟଜୀବୀଙ୍କ ଅନୁପ୍ରବେଶ ଜଣାପଡ଼ିବା ମାତ୍ରେ ଗତ ରାତିରେ ବିଏସ୍‌ଏଫ୍‌ ତ୍ୱରିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା। ଭାରତୀୟ ମତ୍ସ୍ୟଜୀବୀଙ୍କୁ ମଧ୍ୟ କ୍ରିକ୍‌ ଅଂଚଳରେ ମାଛ ଧରିବାକୁ ବାରଣ କରାଯାଇଥିବା ବେଳେ ପାକ୍‌ ମତ୍ସ୍ୟଜୀବୀଙ୍କ ଅନୁପ୍ରବେଶକୁ ବିଏସ୍‌ଏଫ୍‌ ଗମ୍ଭୀରତାର ସହ ନେଇଛି।

ସମ୍ବନ୍ଧିତ ଖବର