ରାଞ୍ଚି : ଝାଡ଼ଖଣ୍ଡରେ ଡାହାଣୀ ସନ୍ଦେହରେ ୫ ବର୍ଷର ଶିଶୁ ସମେତ ଗୋଟିଏ ପରିବାରର ୫ ଜଣଙ୍କୁ ହତ୍ୟା ଘଟଣା ଆଲୋଡ଼ନ ସୃଷ୍ଟି କରିଛି। ଆମତୋଲି ପାହାର ଗ୍ରାମରେ ଏହି ଏହି ଅଭାବନୀୟ ଘଟଣା ଘଟିଛି। ଫେବ୍ରୁଆରି ୨୩ ତାରିଖ ଦିନ ସକାଳେ ବୁରୁହାତୁ ଅଂଚଳର ଏହି ଗ୍ରାମରେ ହୋଇଥିବା ଗ୍ରାମସଭାରେ ‘ଡାହାଣୀ’ ପ୍ରଭାବ ସନ୍ଦେହରେ ୧୦୦ ଜଣଙ୍କୁ ହାଜର କରାଯାଇଥିଲା। ଗାଁ ପୁରୋହିତ ଗାଁର କିଛି ଲୋକ ଡାହାଣୀ ସଂସ୍ପର୍ଶରେ ଆସିଥିବା କହିଥିଲେ ଏବଂ ସେମାନଙ୍କ ନାଁ ମଧ୍ୟ ଏହି ଗ୍ରାମସଭାରେ ଦେଇଥିଲେ। ଏହାର ପରଦିନ ସକାଳେ ୫ ଜଣଙ୍କ ମୃତଦେହ ଉଦ୍ଧାର ହୋଇଥିଲା। ୫୫ ବର୍ଷୀୟା ଜୋସଫିନା ତପ୍ନୋଙ୍କ ରକ୍ତ ଜୁଡ଼ୁବୁଡ଼ୁ ମର ଶରୀର ତାଙ୍କ ଘର ବାହାରୁ ମିଳିଥିବାବେଳେ ତାଙ୍କ ସ୍ବାମୀ ନିକୋଦିମ୍ (୬୦), ପୁଅ ଭିନସେଣ୍ଟ୍ (୩୫) , ବୋହୁ ସିଲଭନ୍ତୀ (୩୦) ଏବଂ ନାତି ଅଲବିନ୍ (୫)ର ମୃତଦେହ ଘରୁ ମିଳିଥିଲା। ପରିବାରର ସମସ୍ତ ସଦସ୍ୟଙ୍କୁ ଗ୍ରାମସଭାର ପ୍ରାୟ ୧୦ ଘଣ୍ଟା ପରେ କୁରାଢ଼ିରେ ହାଣି ହତ୍ୟା କରାଯାଇଛି।
ଝାଡ଼ଖଣ୍ଡରେ ବର୍ବରକାଣ୍ଡ: ‘ଡାହାଣୀ’ ସନ୍ଦେହରେ ୫ ଜଣଙ୍କୁ ହତ୍ୟା
/sambad/media/post_attachments/wp-content/uploads/2021/03/black-magic.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)