ନ୍ୟୁୟର୍କ: ଆମେରିକାର ନ୍ୟୁୟର୍କରେ ଭୟଙ୍କର ଗୁଳିକାଣ୍ଡ, ଏହି ଭୟଙ୍କର ଗୁଳିକାଣ୍ଡରେ ୫ଜଣଙ୍କ ମୃତ୍ୟୁ ହୋଇଛି । ସର୍ବସାଧାରଣ ସ୍ଥାନରେ ଆଖିବୁଜା ଗୁଳି ଚଳାଇଲେ ବନ୍ଧୁକଧାରୀ । ଏଥିରେ ଜଣେ ପୁଲିସ ଅଧିକାରୀଙ୍କ ସହ ୪ ଜଣଙ୍କ ମୃ୍ତ୍ୟୁ ହୋଇଛି । ପାଲଟା ଗୁଳିରେ ସୁଟର ମଧ୍ୟ ପ୍ରାଣ ହରାଇଛି । ନ୍ୟୁୟର୍କର ସେଣ୍ଟ୍ରାଲ ମନହାଟନରେ ଗୁଳିକାଣ୍ଡର ଭିଜୁଆଲ ସାମ୍ନାକୁ ଆସିଛି । ସୁଟର ଜଣଙ୍କ ଲାସ୍ ଭେଗାସର ୨୭ ବର୍ଷୀୟ ସେନ ତାମୁରା । ଏନେଇ ଅନ୍ତର୍ଜାତୀୟ ଗଣମାଧ୍ୟମ ସଂସ୍ଥା ସିଏନଏନ ପକ୍ଷରୁ ରିପୋର୍ଟ ପ୍ରକାଶ କରିଛି ।
ଅଭିଯୁକ୍ତ ସୁଟର ପାଖରେ ହ୍ୟାଣ୍ଡଗନ ରଖିବା ପାଇଁ ଲାଇସେନ୍ସ ଥିଲା, କିନ୍ତୁ ତାହାର ଅବଧି ଶେଷ ହୋଇଯାଇଥିଲା । ସୁଟର ବୁଲେଟ ପ୍ରୁଫ୍ ପୋଷାକ ପିନ୍ଧିଥିବା ବେଳେ ଏୟାର ଷ୍ଟାଇଲ ରାଇଫଲ ଧରିଥିଲା । ମନହାଟନରେ ମଝି ସହରରେ ଜନଗହଳି ପୂର୍ଣ୍ଣ ସ୍ଥାନକୁ ଗୁଳି ଚଳାଇଥିଲା ସୁଟର । ପାଖରେ ଥିବା ପାର୍କ ଆଭିନ୍ୟୁ ଲବିରୁ ଗୁଳି ଚଳାଇଥିଲା ଅଭିଯୁକ୍ତ । ସ୍ଥାନୀୟ ସମୟ ସନ୍ଧ୍ୟା ୬ଟା ୪୦ ମିନିଟ ସମୟରେ ଗୁଳିକାଣ୍ଡ ଘଟିଛି ।