ପାକିସ୍ତାନ : ଇଣ୍ଟରନାସନାଲ ଫ୍ଲାଇଟ ଚଳାଉଥିବା ୫ ପାଇଲଟ୍‌ ମାଟ୍ରିକ ପାଶ କରିନାହାନ୍ତି

ଇସ୍ଲାମାବାଦ : ମନେ କରନ୍ତୁ ଆପଣ ଏକ ଇଣ୍ଟରନାସନାଲ ଫ୍ଲାଇଟରେ ଯାଉଛନ୍ତି । କିନ୍ତୁ ଜଣାପଡିଲା ଯେ ପାଇଲଟ ଜଣକ ଜାଲ ସାର୍ଟିଫିକେଟ ଦେଇ ଲାଇସେନ୍ସ ହାସଲ କରିଛନ୍ତି । ଏପରିକି ସେ ମାଟ୍ରିକ ମଧ୍ୟ ପାଶ କରିନାହାନ୍ତି । ବିଭିନ୍ନ ଇଣ୍ଟରନାସନାଲ ଏୟାରପୋର୍ଟରେ ଏୟାର ଟ୍ରାଫିକ କଣ୍ଟ୍ରୋଲରୁ ଦିଆଯାଉଥିବା ଇଂରାଜୀ ଇନଷ୍ଟ୍ରକସନକୁ ସେ ବୁଝିପାରୁନାହାନ୍ତି । ସେତେବେଳେ ଆପଣ ଭୟରେ ଛାନିଆ ହୋଇଯିବ ନିଶ୍ଚୟ । ଏପରି ଘଟଣା ଘଟିଛି ପାକିସ୍ତାନରେ ।

ଏକ ଖବର ଆସିଛି ଯେ ପାକିସ୍ତାନରେ ଅନ୍ତର୍ଜାତୀୟ ଉଡାଣ କରୁଥିବା ପ୍ରାୟ ୭ ଜଣ ପାଇଲଟ ଜାଲ ସାର୍ଟିଫିକେଟ ଦେଇ ପାଇଲଟ ଲାଇସେନ୍ସ ହାସଲ କରିଛନ୍ତି । ଏପରିକି ପ୍ରାୟ ୫ ଜଣ ପାଇଲଟ ମ୍ୟାଟ୍ରିକ ପରୀକ୍ଷା ମଧ୍ୟ ପାଶ କରିନାହାନ୍ତି । ଏପରି ଘଟଣା ଘଟିଛି ପାକିସ୍ତାନ ଇଣ୍ଟରନାସନାଲ ଏୟାରଲାଇନ୍ସ (ପିଆଇଏ)ରେ ।ଏପରି ଘଟଣା ସାମନାକୁ ଆସିବା ପରେ ଖୋଦ ପାକିସ୍ତାନ ସୁପ୍ରିମକୋର୍ଟ ମଧ୍ୟ ତାଜୁବ ହୋଇଯାଇଛନ୍ତି । ସୁପ୍ରିମକୋର୍ଟ ବିଚାରପତି ଇଜାଜୁଲ ଆହସାନ କହିଛନ୍ତି ଯେ ଆଜିକାଲି ମ୍ୟାଟି୍ରକ ପାଶ ନକରି ବସ ଚଳାଇବା ମଧ୍ୟ କଷ୍ଟକର ହୋଇପଡିଛି, କିନ୍ତୁ ୫ ଜଣ ପାଇଲଟ ଇଣ୍ଟରନାସନାଲ ଫ୍ଲାଇଟ ଉଡାଉଛନ୍ତି । ଏମାନେ ହଜାର ହଜାର ଯାତ୍ରୀଙ୍କ ଜୀବନକୁ ବିପନ୍ନ କରିଛନ୍ତି ବୋଲି ସେ କହିଛନ୍ତି । ଆବଶ୍ୟକ ପ୍ରମାଣପତ୍ର ଦାଖଲ କରିନଥିବାରୁ ପିଆଇଏର ପ୍ରାୟ ୫୦ ଜଣ କର୍ମଚାରୀଙ୍କୁ ନିଳମ୍ବିତ କରାଯାଇଛି ବୋଲି ପାକିସ୍ତାନର ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ସୁପ୍ରିମକୋର୍ଟଙ୍କୁ ଜଣାଇଛି ।

ସମ୍ବନ୍ଧିତ ଖବର