ଇନ୍ଦୋର: ମଧ୍ୟପ୍ରଦେଶର ଇନ୍ଦୋରରେ ଶୁକ୍ରବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଦିଲ୍ଲୀ ପବ୍ଲିକ ସ୍କୁଲର ୫ଜଣ ସ୍କୁଲ ପିଲାଙ୍କର ମୃତ୍ୟୁ ହୋଇଛି। ବସ୍‌ର ଚାଳକ ମଧ୍ୟ ମୃତ୍ୟୁର ଶିକାର ହୋଇଛନ୍ତି। ଏହି ଦୁର୍ଘଟଣା ସ୍କୁଲ ବସ୍‌ ଓ ଦ୍ରୁତ ଗତିରେ ଯାଉଥିବା ଏକ ଟ୍ରକ ମଧ୍ୟରେ ହୋଇଥିଲା। କନାଡିଆ ରୋଡ଼ରେ ହୋଇଥିବା ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ସ୍କୁଲ ବସର ସମ୍ମୁଖ ସଂପୂର୍ଣ୍ଣ ରୂପେ ଭାଙ୍ଗି ଚୁରମାର ହୋଇ ଯାଇଛି। ଚାଳକଙ୍କ ମୃତଦେହକୁ ବହୁ କଷ୍ଟରେ ବାହାର କରାଯାଇଥିବା ଜାତୀୟ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି।

Advertisment

ଏହି ଦୁର୍ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ଟୁଇଟ କରି ଶୋକସନ୍ତପ ପରିବାର ପ୍ରତି ସମ୍ବେଦନ ଜଣାଇଛନ୍ତି। ଟୁଇଟରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଇନ୍ଦୋରରେ ହୋଇଥିବା ସଡ଼କ ଦୁର୍ଘଟଣା ଶିଶୁ ମୃତ୍ୟୁ ଦୃଦୟ ବିଦାରକ ଘଟଣା। ଭଗବାନ ଏହି ନିଷ୍ପାପ ଶିଶୁଙ୍କର ଆତ୍ମାକୁ ନିଜ ପାଦ କମଳରେ ସ୍ଥାନ ଦିଅନ୍ତୁ, ଏହା ହିଁ ମୋର କାମନା। ବିନମ୍ର ଶ୍ରଦ୍ଧାଞ୍ଜଳି।