ନିର୍ମାଣାଧୀନ କୋଠା ଭୁଶୁଡି ୨ମୃତ: ଯନ୍ତ୍ରଣା ଭୁଲି ମୁଣ୍ଡରେ ପଟ୍ଟି ବାନ୍ଧି ପହଞ୍ଚିଲେ ମମତା

କୋଲକାତା,: କୋଲକତାର ଗାର୍ଡେନ ରିଚ୍‌ ଅଞ୍ଚଳରେ ଏକ ନିର୍ମାଣାଧୀନ ୫ ମହଲା ଘର ଭୁଶୁଡ଼ି ପଡ଼ିଛି। କୋଠା ତଳେ ଚାପି ହୋଇ ୧୫ରୁ ଅଧିକ ଜଣ ଗୁରୁତର ଆହତ ହୋଇଥିବା ବେଳେ ଦୁଇଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି।

ସ୍ଥାନୀୟ ଲୋକେ ଅଭିଯୋଗ କରି କହିଛନ୍ତି, ଭୁଶୁଡ଼ି ପଡ଼ିଥିବା କୋଠା କାର୍ଯ୍ୟ ଅବୈଧ ରୂପେ ଚାଲିଥିଲା । ତେବେ ପୁଲିସ୍‌ ଘଟଣାର ତଦନ୍ତ କରି ଅଭିଯୁକ୍ତଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି ପ୍ରତିଶ୍ରୁତି ଦେଇଛି।

ଏହି ଘଟଣା ସମ୍ପର୍କରେ ଖବର ପାଇବା ପରେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବରିଷ୍ଠ ଅଧିକାରୀଙ୍କ ସହିତ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ଏହି ସମୟରେ ତାଙ୍କ ମୁଣ୍ଡରେ ପଟ୍ଟି ବନ୍ଧା ଥିବା ଦେଖିବାକୁ ମିଳୁଛି। ତେ‌ବେ ଏହି ପଟ୍ଟି ନିକଟରେ ମମତାଙ୍କ ମୁଣ୍ଡରେ ଆଘାତ ଲାଗିଥିବାରୁ ବାନ୍ଧାଯାଇଛି।

ମମତା କହିଛନ୍ତି, ‘ମୁଣ୍ଡରେ ଯନ୍ତ୍ରଣା ହେଉଛି କିନ୍ତୁ ଏଭଳି ଏକ ଦୁର୍ଘଟଣା ବିଷୟରେ ଖବର ପାଇବା ପରେ କେମିତି ଚୁପ ‌ହୋଇ ବସିଥାଆନ୍ତି। ତେଣୁ ଲୋକଙ୍କ କଥା ବୁଝିବା ପାଇଁ ମୁଁ ମୋ ଯନ୍ତ୍ରଣାକୁ ଚାପି ଦେଇଛି।ଭୁଶୁଡ଼ି ପଡ଼ିଥିବା କୋଠା କାର୍ଯ୍ୟ ଅବୈଧ ରୂପେ ଚାଲିଥିଲା । ଏନେଇ ମୁଁ ଅଧିକାରୀମାନଙ୍କୁ ଯାଞ୍ଚ ଆଦେଶ ଦେଇଛି।

ସମ୍ବନ୍ଧିତ ଖବର