ଶ୍ରୀନଗର: ଉତ୍ତର କଶ୍ମୀରର ବାନ୍ଦିପୋରା ଜିଲ୍ଲାରେ ଶନିବାର ଭାରତୀୟ ଯବାନଙ୍କ ଗୁଳିରେ ୫ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ସେହିଭଳି ଆତଙ୍କୀମାନଙ୍କ ଗୁଳିରେ ଭାରତୀୟ ବାୟୁ ସେନାର ଜଣେ ଯବାନ ସହିଦ ହୋଇଥିବା ପ୍ରତିରକ୍ଷା ବିଭାଗର ଜଣେ ମୁଖପାତ୍ର କହିଛନ୍ତି।
ବିଶେଷ ସୂତ୍ରରୁ ସୂଚନା ମିଳିବା ପରେ ସୁରକ୍ଷାବାହିନୀ ଜିଲ୍ଲାର ହାଜିନ ଅଞ୍ଚଳରେ ଥିବା ଚନ୍ଦେରଗିର ଗ୍ରାମ ନିକଟସ୍ଥ ଜଙ୍ଗଲରେ ତଲାସି ଅଭିଯାନ କରିଥିଲେ। ଆତଙ୍କବାଦୀଙ୍କୁ ଦେଖିବା ମାତ୍ରେ ସରୁକ୍ଷା ବାହିନୀ ଆଖି ବନ୍ଦ ଗୁଳି କରିଥିଲା। ଘଟଣାସ୍ଥଲରେ ହିଁ ୫ଜଣ ଆତଙ୍କବାଦୀ ନିହତ ହୋଇଥିଲେ। ସେହିଭଳି ଘଟଣାସ୍ଥଳରେ ଭାରତୀୟ ବାୟୁ ସେନାର ସୁରକ୍ଷା କମାଣ୍ଡେ ମଧ୍ୟ ସହିଦ ହୋଇଛନ୍ତି ବୋଲି ପ୍ରତିରକ୍ଷା ବିଭାଗର ମୁଖପାତ କୋର୍ଣ୍ଣେଲ ରାଜେଶ କାଳିଆ କହିଛନ୍ତି। ସେ କହିଛନ୍ତି ଅଧିକ ରିପୋର୍ଟକୁ ଅପେକ୍ଷା କରାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2017/11/terrorist-in-kashmir.jpg)