ଆସ୍ଥାଭୋଟ ଲୋଡିଲେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଏଚ.ଡି. କୁମାରସ୍ୱାମୀ

ବାଙ୍ଗାଲୁରୁ : କର୍ଣ୍ଣାଟକରେ ଚାଲିଥିବା ରାଜନୈତିକ ନାଟକ ଦିନକୁ ଦିନ ଅଧିକ ରୋଚକ ହେବାରେ ଲାଗିଛି । ବିଦ୍ରୋହୀ ବିଧାୟକମାନେ ନିଜର ଇସ୍ତଫାକୁ ନେଇ ଅଟଳ ଥିବାବେଳେ ମୁଖ୍ୟମନ୍ତ୍ରୀ ଏଚଡି କୁମାରସ୍ୱାମୀ ଆସ୍ଥାଭୋଟ ଲୋଡିଛନ୍ତି । ସେ କହିଛନ୍ତି “ବିଧାୟକମାନଙ୍କ ଇସ୍ତଫା ଜିଦ ଯୋଗୁଁ ରାଜ୍ୟ ସଂକଟଜନକ ପରିସ୍ଥିତିରେ ଫସିଯାଇଛି । ମୁଁ କ୍ଷମତାରେ ବସିବାପାଇଁ ଆସିନାହିଁ, ପରିବର୍ତ୍ତିତ ପରିସ୍ଥିତିର ଆସ୍ଥାଭୋଟ ଲୋଡିବାକୁ ସେ ଚାହୁଁଛନ୍ତି ।
ଅନ୍ୟପକ୍ଷରେ ସୁପ୍ରିମକୋର୍ଟ ଆଜି ଏହି ମାମଲାର ଶୁଣାଣି କରି ଆସନ୍ତା ମଙ୍ଗଳବାର ପର୍ଯ୍ୟନ୍ତ ସ୍ଥିତାବସ୍ଥା ( ବିଧାୟକମାନଙ୍କ ଇସ୍ତଫା ସଂପର୍କରେ) ରଖିବା ପାଇଁ ବାଚସ୍ପତିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଆସନ୍ତା ମଙ୍ଗଳବାର ଦିନ ଏହାର ଶୁଣାଣି ହେବ । ବିଧାୟକମାନଙ୍କ ତରଫରୁ ଲଢୁଥିବା ବରିଷ୍ଠ ସୁପ୍ରିମକୋର୍ଟ ଓକିଲ ମୁକୁଲ ରୋହତଗୀ ବିଧାୟକମାନଙ୍କ ଇସ୍ତଫା ସଂପର୍କରେ ନିଷ୍ପତ୍ତି ନେବାକୁ ବାଚସ୍ପତିଙ୍କୁ ଦିନେ କିମ୍ବା ଦୁଇଦିନ ସମୟ ଦେବାକୁ କୋର୍ଟଙ୍କୁ ଅନୁରୋଧ କରିଥିଲେ । ଆହୁରିମଧ୍ୟ ବାଚସ୍ପତିଙ୍କ ବିରୋଧରେ ଅଦାଲତ ଅବମାନନା ମାମଲା ଚଳାଇବାକୁ ସେ ଦାବି କରିଥିଲେ ।

ସମ୍ବନ୍ଧିତ ଖବର