ମୁମ୍ବାଇ: କେଉଁ କାରଣରୁ ମୁମ୍ବାଇ ପାଦଚଲା ପୋଲର ଡେକ୍ ଭୁଶୁଡ଼ି ପଡ଼ିଲା ତାହା ଶୁକ୍ରବାର ସନ୍ଧ୍ୟା ସୁଦ୍ଧା ଖୋଜି ବାହାର କର ବୋଲି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନବୀସ କହିଛନ୍ତି। ଗୁରୁବାର ସନ୍ଧ୍ୟାର ଏହି ଦୁର୍ଘଟଣାରେ ଛଅ ଜଣ ଲୋକ ପ୍ରାଣ ହରାଇଛନ୍ତି ଓ ଅନ୍ୟାନ୍ୟ ଅନେକ ଆହତ ହୋଇଛନ୍ତି।
ଆଜି ସକାଳେ ଭୁଶୁଡ଼ି ପଡ଼ିଥିବା ପୋଲ ଦେଖିବାକୁ ଯାଇ ଫଡ଼ନବୀଶ କହିଛନ୍ତି ଯେ ପୋଲ ଭାଙ୍ଗିବାର ପ୍ରାଥମିକ କାରଣ ସନ୍ଧ୍ୟା ସୁଦ୍ଧା ଜଣାଇବାକୁ ସେ କର୍ତ୍ତୃପକ୍ଷମାନଙ୍କୁ କହିଛନ୍ତି।
ଆହତମାନଙ୍କୁ ଡାକ୍ତରଖାନାରେ ଭେଟିବା ପରେ ଫଡ଼ନବୀସ କହିଛନ୍ତି: ଓ୍ଵାର୍ଡରେ ପ୍ରାୟ ୧୦ ଜଣ ଭର୍ତ୍ତି ହୋଇଛନ୍ତି। ଜଣେ ଆଇସିୟୁରେ ଅଛନ୍ତି। ସେମାନଙ୍କ ମଧ୍ୟରୁ ସମସ୍ତେ ବିପଦମୁକ୍ତ। ଘଟଣା ବିଷୟରେ ଉଚ୍ଚସ୍ତରୀୟ ତଦନ୍ତ କରାଯିବ। ଏଫ୍ଆଇଆର୍ ଦିଆ ଯାଇଛି।
ପୋଲଟି ୧୯୮୦ ମସିହାରେ ନିର୍ମିତ ହୋଇଥିଲା। ଗତବର୍ଷ ଏହାର ଗଠନ ସଂକ୍ରାନ୍ତ ଯାଞ୍ଚ କରି ବୃହନ୍ମୁମ୍ବାଇ ମ୍ୟୁନିସପାଲିଟି କର୍ପୋରେସନ୍ କ୍ଲିଅରାନ୍ସ୍ ଦେଇଥିଲା।
ଗୁରୁବାର ଦିନ ଫଡ଼ନବୀସ କହିଥିଲେ, କ୍ଲିଅରାନ୍ସ୍ ସତ୍ତ୍ୱେ ପୋଲ ଯଦି ଭୁଶୁଡ଼ିଲା, ଅଡିଟ୍ ଉପରେ ସନ୍ଦେହ ଆସୁଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/03/fad.jpg)