କୋଲକାତା: ପଶ୍ଚିମବଙ୍ଗର ଜଲପାଇଗୁଡି ଜିଲ୍ଲାର ମାଲ ନଦୀରେ ବୁଧବାର ରାତି ପ୍ରାୟ ୯ଟା ବେଳେ ମା’ ଦୁର୍ଗାଙ୍କ ବିସର୍ଜନ ଉତ୍ସବ ଚାଲିଥିବାବେଳେ ବନ୍ୟା ଜଳ ଆସିବାରୁ ଭାସିଯାଇ ୭ଜଣଙ୍କ ମୃତ୍ୟୁ ହୋଇଥିବା ଏକ ସୂତ୍ରରୁ ଜଣାପଡିଛି। ତେବେ ସେଠାରେ ଥିବା ଅନେକ ଲୋକ ବି ନିଖୋଜ ଅଛନ୍ତି। ସେମାନଙ୍କର ପତ୍ତା ମିଳିନାହିଁ। ଲଘୁଚାପ ବର୍ଷା ଯୋଗୁ ମାଲ ନଦୀରେ ବନ୍ୟା ଜଳ ଆସିଥିଲା।

Advertisment

ବିଜୟା ଦଶମୀ ଅବସରରେ ମା’ ଦୁର୍ଗାଙ୍କୁ ସେଠାକାର ଏକ ପୂଜା କମିଟିର କର୍ମକର୍ତ୍ତାମାନେ ବିସର୍ଜନ କରିବାକୁ ନେଇଥିଲେ। ବିସର୍ଜନ କରୁଥିବାବେଳେ ହଠାତ ବନ୍ୟା ଜଳ ଆସିଯିବାରୁ ୭ ଭକ୍ତଙ୍କ ଜୀବନ ଯାଇଛି। ସେମାନଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଅନେକ ନିଖୋଜ ଥିବାରୁ ପ୍ରଶାସନ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି।