ହିମାଚଳ ପ୍ରଦେଶରେ ପୁଣି ବନ୍ୟା, ୮ ମୃତ, ୭ ନିଖୋଜ

ସିମଲା : ହିମାଚଳ ପ୍ରଦେଶରେ ପୁଣି ବନ୍ୟା ବିତ୍ପାତ ଦେଖାଦେଇଛି । ଏହି ବନ୍ୟା ଯୋଗୁଁ ୮ଜଣ ମୃତ୍ୟୁବରଣ କରିଥିବାବେଳେ ୭ ଜଣ ନିଖୋଜ ଅଛନ୍ତି ।

ରାଜ୍ୟ ବିପର୍ୟ୍ୟୟ ପରିଚାଳନା ବିଭାଗର ନିର୍ଦ୍ଦେଶକ ସୁଦେଶ କୁମାର ମୁକ୍ତା କହିଛନ୍ତି ଯେ କୁଲ୍ଲୁ ଜିଲ୍ଲାରେ ୪ ଜଣ ଲୋକ ପ୍ରାଣ ହରାଇଥିବାବେଳେ ଚମ୍ବା ଜିଲ୍ଲାରେ ଜଣେ ପ୍ରାଣ ହରାଇଛି । ଲାହୋଲ-ସ୍ପିତିରେ ୩ ଜଣ ବ୍ୟକ୍ତି ପ୍ରାଣ ହରାଇଛନ୍ତି ଓ ୭ ଜଣ ନିଖୋଜ ଅଛନ୍ତି । କୁଲ୍ଲୁ ଜିଲ୍ଲାରେ ଜଣେ ୨୪ ବର୍ଷୀୟା ମହିଳା ଓ ତାଙ୍କ ୪ ବର୍ଷର ପୁଅ ବ୍ରହ୍ମଗଙ୍ଗା ନଦୀରେ ଭାସିଯାଇ ପ୍ରାଣ ହରାଇଛନ୍ତି । ଲାହୋଲର ଉଦୟପୁରରେ ଏକ ନିର୍ମାଣ ପ୍ରକଳ୍ପରେ କାର୍ୟ୍ୟ କରୁଥିବା କେତେକ ଶ୍ରମିକ ଓ ଏକ ଜେସିବି ମେସିନ ବନ୍ୟାଜଳରେ ଭାସିଯାଇଛି । ୩ଜଣ ଶ୍ରମିକଙ୍କ ମୃତଦେହ ମିଳିଥିବାବେଳେ ଆଉ ୭ ନିଖୋଜ ଅଛନ୍ତି । ନିଖୋଜ ଶ୍ରମିକମାନଙ୍କ ସନ୍ଧାନ ପାଇଁ ଇଣ୍ଡୋ ତିବ୍ବତୀୟ ବର୍ଡର ପୁଲିସକୁ ନିୟୋଜିତ କରାଯାଇଛି ବୋଲି ସେ କହିଛନ୍ତି ।

ଗତ ୧୨ ତାରିଖରେ ରାଜ୍ୟର ଧର୍ମଶାଳାଠାରୁ ୩୦ କିଲୋମିଟର ଦୂରରେ ଥିବା କାଙ୍ଗ୍ରା ଜିଲ୍ଲାର ବୋହ ଘାଟିରେ ଭୂସ୍ଖଳନ ହେବାରୁ ଅତି କମରେ ୫ ଜଣ ଲୋକ ପ୍ରାଣ ହରାଇଥିଲେ ।

ସମ୍ବନ୍ଧିତ ଖବର