ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ହରଦୋଇ ଜିଲ୍ଲାର କିଛି ଗ୍ରାମରେ ଲୋକମାନେ ମାଛି ଆତଙ୍କ ହେତୁ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏହି କାରଣରୁ ଏଠାରେ ରହୁଥିବା ଲୋକଙ୍କ ଦାମ୍ପତ୍ୟ ଜୀବନରେ ସମସ୍ୟା ଉପୁଜୁଛି। ପାଖାପାଖି ୫ହଜାର ଲୋକ ଏହି ମାଛି ଆତଙ୍କ ହେତୁ ଅସୁବିଧା‌ର ସମ୍ମୁଖୀନ ହେଉଛନ୍ତି।

Advertisment

ଏଠାରେ ରହୁଥିବା ଲୋକମାନଙ୍କ ପାଇଁ ଖାଇବା, ପିଇବା, ଗାଧୋଇବାକୁ ନେଇ ବହୁ ଅସୁବିଧା ହେଉଛି। ଏଥିରୁ ମୁକ୍ତି ପାଇବା ପାଇଁ ଲୋକମାନେ ଧାରଣା ପ୍ରଦର୍ଶନ କରିବା ସହିତ ବିଭିନ୍ନ ସ୍ଥାନରେ ଏନେଇ ଅଭିଯୋଗ କରିଥିଲେ। କିନ୍ତୁ କେହି ବି ଲୋକଙ୍କ ସମସ୍ୟାର ସମାଧାନ କରି ପାରିଲେ ନାହିଁ। ସ୍ଥାନୀୟ ପ୍ରଶାସନ ଏଥିପାଇଁ ପ୍ରଦୂଷଣ ବିଭାଗ ଦାୟୀ ବୋଲି କହି ଚୁପ ରହି ଯାଇଛି।

ଏହି ଗ୍ରାମରେ ବସବାସ କରୁଥିବା ଶ୍ରବଣ କୁମାର ବର୍ମା କହିଛନ୍ତି, ଗତବର୍ଷ ଗ୍ରାମରେ ୭ଟି ବିବାହ ହୋଇଥିଲା। ଏହି ୭ଟି ବିବାହ ମଧ୍ୟରେ ୪ଜଣ କନ୍ୟା ଓ ୩ଜଣ ଯୁବକଙ୍କ ବିବାହ ହୋଇଥିଲା। କିନ୍ତୁ ଏହି ସମସ୍ୟା ହେତୁ ଏଯାବତ ଗୋଟିଏ ବି ବିବାହ ଗ୍ରାମରେ  ହୋଇନାହିଁ।

ଏମିତି ଗ୍ରାମକୁ ଆସିଥିବା ଅନେକ ବୋହୂ ଘରଛାଡ଼ି ନିଜ ବାପ ଘରକୁ ଚାଲି ଯାଇଛନ୍ତି। ସେମାନେ ଆଉ ଏହି ସମସ୍ୟା ପାଇଁ ଘରକୁ ଫେରିବାକୁ ରାଜି ହେଉ ନାହାନ୍ତି। ତେଣୁ ଦାମ୍ପତ୍ୟ ଜୀବନରେ ସମସ୍ୟା ଦେଖା ଦେଉଛି। ଗାଁ‌ରେ ବିବାହ ପାଇଁ ଥିବା ଝିଅ ଓ ପୁଅଙ୍କ ପରିବାରଲୋକ ବି ମାଛି ସମସ୍ୟା ହେତୁ ବିବାହ କଥା ଉଠାଉ ନାହାନ୍ତି।