ପାଇଲଟଙ୍କ ଉପସ୍ଥିତି ବୁଦ୍ଧି ଯୋଗୁଁ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲା ଏୟାର ଇଣ୍ଡିଆ ବିମାନ

ନୂଆଦିଲ୍ଲୀ: ଏକ ବଡ ଅଘଟଣରୁ ଅଳ୍ପକେ ବର୍ତ୍ତିଲା ଏୟାର ଇଣ୍ଡିଆ ବିମାନ | ଆଜି ମଧ୍ୟପ୍ରଦେଶର ଜବଲପୁରର ଡୁମନା ବିମାନ ବନ୍ଦରରେ ଏକ ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାରୁ ବଞ୍ଚିଛି। ଦିଲ୍ଲୀରୁ ଆସୁଥିବା ଏହି ବିମାନଟି ବିମାନ ବନ୍ଦରରେ ଅବତରଣ କରିବା ସମୟରେ ଅନିୟନ୍ତ୍ରିତ ହୋଇଯାଇଥିଲା। ଫଳସ୍ୱରୂପ, ବିମାନଟି ରନୱେରୁ ଖସିଯାଇଥିଲା | ଏହାକୁ ନେଇ ଯାତ୍ରୀମାନେ ଭୟଭୀତ ହୋଇଯାଇଥିଲେ | ପରେ ପାଇଲଟଙ୍କ ଉପସ୍ଥିତି ବୁଦ୍ଧି ଯୋଗୁଁ ବହୁ କଷ୍ଟରେ ବିମାନକୁ ପୁଣି ରନୱେକୁ ଫେରାଇ ଆଣିଥିଲେ ଓ ବିମାନଟି ରନୱେ ମଝିରେ ଅଟକି ଯାଇଥିଲା |

ସୂଚନା ମୁତାବକ ୫୪ ଜଣ ଯାତ୍ରୀଙ୍କୁ ନେଇ ଦିଲ୍ଲୀରୁ ଜବଲପୁରକୁ ଆସୁଥିବା ଏୟାର ଇଣ୍ଡିଆର ବିମାନ ଇ -୬ ଅପରାହ୍ନରେ ଜବଲପୁରର ଡୁମନା ବିମାନ ବନ୍ଦରରେ ପହଞ୍ଚିଥିଲା । ତେବେ ରନୱେରେ ଅବତରଣ କରିବା ସମୟରେ ବିମାନଟି ରନୱେରୁ ନିୟନ୍ତ୍ରଣ ବାହାରକୁ ଚାଲିଯାଇଥିଲା। ଏହାଦ୍ୱାରା ବିମାନରେ ଥିବା ଯାତ୍ରୀମାନେ ଡରି ଯାଇଥିଲେ। ଏହା ପରେ ପାଇଲଟ ବହୁ କଷ୍ଟରେ ବିମାନକୁ ପୁଣି ରନୱେକୁ ଫେରାଇଆଣିଥିଲେ |

ବିମାନବନ୍ଦରରେ ଦୁର୍ଘଟଣା ସମ୍ପର୍କରେ ସୂଚନା ମିଳିବା ମାତ୍ରେ ବିମାନବନ୍ଦର କର୍ତ୍ତୃପକ୍ଷ ଏବଂ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚିଥିଲେ। ଏହା ପରେ ଲୋକଙ୍କୁ ନିରାପଦରେ ଅଣାଯାଇଥିଲା | ବିମାନଟି କିପରି ରନୱେରୁ ଖସିଗଲା ତାହାର ଅନୁସନ୍ଧାନ କରାଯାଉଛି |

ସମ୍ବନ୍ଧିତ ଖବର