ମଝି ଆକାଶରେ ଦୁଇ ବିମାନ ମୁହାଁମୁହିଁ, ପ୍ରଶାନ୍ତ ମହାସାଗରରେ ଖସି ପଡ଼ିଲା, ୫ ନିଖୋଜ

ୱାସିଂଟନ୍‌: ଆମେରିକାର ଦୁଇଟି ଯୁଦ୍ଧ ବିମାନ ମଝି ଆକାଶରେ ମୁହାଁମୁହିଁ ହୋଇ ଜାପାନର ଦକ୍ଷିଣପଶ୍ଚିମ ଉପକୂଳ ଅଞ୍ଚଳ ପ୍ରଶାନ୍ତ ମହାସାଗରେ ଖସି ପଡ଼ିଛି। ଦୁଇ ବିମାନର ସମୁଦାୟ ୬ ଜଣ ବିମାନ କର୍ମଚାରୀ ନିଖୋଜ ଅଛନ୍ତି। ଜଣେ ମାତ୍ର ବିମାନ କର୍ମଚାରୀଙ୍କୁ ଉଦ୍ଧାର କରାଯାଇଛି ଏବଂ ତାଙ୍କ ସ୍ବାସ୍ଥ୍ୟାବସ୍ଥା ଏବ‌େ ବିପଦମୁକ୍ତ ଥିବା ଜଣାପଡ଼ିଛି। ଏଫ/ଏ- ୧୮ ଯୁଦ୍ଧ ବିମାନ ଏବଂ ‌କେସି-୧୩୦ ବିମାନ ଗତକାଲି ପଶ୍ଚିମ ଜାପାନ୍‌ର ହିରୋସିମାରୁ ରୁଟିନ୍‌ ଟ୍ରେନିଂରେ ଉଡ଼ାଣ ଆରମ୍ଭ କରିଥିଲା। ତେବେ ସମୁଦ୍ର ଉପକୂଳଠାରୁ ୩୨୦ କିମି ଦୂରରେ ଏହି ଦୁର୍ଘଟଣା ଘଟିଛି। ଜାପାନ୍‌ ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ ବିମାନରେ ସମୁଦାୟ ୭ ଜଣ କର୍ମଚାରୀ ଥିଲେ।

ସମ୍ବନ୍ଧିତ ଖବର