ପ୍ରୟାଗରାଜ: ଆକାଶଛୁଆଁ ବିମାନ ଟିକେଟ୍ ମୂଲ୍ୟ । ମହାକୁମ୍ଭ ପାଇଁ ଟିକେଟ୍ ମୂଲ୍ୟ ଏକ ଗୁଣା କି ଦୁଇ ଗୁଣା ନୁହେଁ ଏକାଥରେ ୧୨ ଗୁଣା ବଢି ଯାଇଛି । ଫେବୃୟାରୀ ୨୬ରେ ମହାକୁମ୍ଭ ଶେଷ ହେଉଥିବାରୁ ବିମାନ ଟିକେଟର ମୂଲ୍ୟ ମହଙ୍ଗା ହୋଇଛି । ଯାହା ସାଧାରଣ ଶ୍ରଦ୍ଧାଳୁଙ୍କ ପାଇଁ ବଡ ଚିନ୍ତାର କାରଣ ପାଲଟିଛି ।
ବିମାନରେ ଦିଲ୍ଲୀରୁ ପ୍ରୟାଗରାଜ ମାତ୍ର ୩ ହଜାର ଟଙ୍କା ପଡୁଥିବା ବେଳେ ଏବେ ସେହି ଦର ୩୮ରୁ ୪୨ ହଜାର ଟଙ୍କା ଦେଖାଉଛି । ଆଉ ୪ ଦିନ ପରେ ସରିଯିବ ମହାକୁମ୍ଭ । ତେଣୁ ଏହି ୪ ଦିନ ପାଇଁ ଟିକେଟ ଦର ଆକାଶଛୁଆଁ ରହିଥିବା ବେଳେ ୨୬ ଫେବୃୟାରୀ ପରେ ବିମାନ ଟିକେଟ୍ ମୂଲ୍ୟ ମାତ୍ର ୩ ହଜାର ଟଙ୍କା ଦେଖାଉଛି ।
ତେବେ ଶିବରାତ୍ରୀ ଦିନ ମହାକୁମ୍ଭ ଶେଷ ହେଉଥିବା ବେଳେ ଏହା ଶେଷ ସପ୍ତାହ ହୋଇଥିବାରୁ ପ୍ରୟାଗରାଜକୁ ଛୁଟୁଛି ଶ୍ରଦ୍ଧାଳୁଙ୍କ ସୁଅ । ଲକ୍ଷ ଲକ୍ଷ ଭକ୍ତ ସଂଗମରେ ପବିତ୍ର ବୁଡ ପକାଉଥିବା ବେଳେ ଆଜି ସକାଳ ୧୦ଟା ସୁଦ୍ଧା ୫୨ ଲକ୍ଷ ଲୋକ ବୁଡ ପକାଇ ସାରିଲେଣି । ଆଉ ଏଯାଏଁ ମହାକୁମ୍ଭରେ ମୋଟ ୫୯.୬୧ କୋଟି ଶ୍ରଦ୍ଧାଳୁ ବୁଡ ପକାଇଥିବା ପ୍ରଶାସନ ପକ୍ଷରୁ କୁହାଯାଇଛି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/18/2025-07-18t125305434z-495579873_4103788763196742_5280183960216432299_n-2025-07-18-18-23-05.jpg)
/sambad/media/media_files/2025/02/22/I7pPzva7CUPLlvfzleqe.jpg)